କୋଲକାତା: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶାନ୍ତି ନିକେତନ ସ୍ଥିତ ତାଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ହାଲୁକା ଲକ୍ଷଣ ରହିଛି ଏବଂ ସେ ଏକାନ୍ତବାସ ଅବଧି ପୂର୍ଣ୍ଣ କରିସାରିଛନ୍ତି ବୋଲି ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଏବେ ତାଙ୍କୁ ଅଳ୍ପ ଛିଙ୍କ ଏବଂ କାଶ ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଅମର୍ତ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
শ্রদ্ধেয় অমর্ত্য দা,
আমরা সকলেই আন্তরিক ভাবে প্রার্থনা করছি, আপনি দ্রুত সুস্থ হয়ে উঠুন।— Mamata Banerjee (@MamataOfficial) July 9, 2022
Comments are closed.