Latest Odisha News

BREAKING NEWS

‘ପେନସନ ମିଳୁନଥିବାରୁ ସିଞ୍ଜୋ ଆବେଙ୍କୁ ହତ୍ୟା’, ଅଗ୍ନିପଥ ଯୋଜନା ସହ ଯୋଡ଼ି କେନ୍ଦ୍ରକୁ ଟିଏମସିର ଟାର୍ଗେଟ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକୁ ଅଗ୍ନିପଥ ଯୋଜନା ସହ ଯୋଡି ଟିଏମସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି ନିଜର ମୁଖପାତ୍ର ଖବରକାଗଜ ‘ଜାଗୋ ବଙ୍ଗଳା’ରେ ଲେଖିଛି ଯେ ପେନ୍‌ସନ୍‌ ପାଇ ନ ଥିବା ଜାପାନର ଜଣେ ପୂର୍ବତନ ସୈନିକ ସିଞ୍ଜୋଙ୍କୁ ହତ୍ୟା କରିଛି। ଜୁଲାଇ ୮ରେ ଜାପାନର ନାରା ସହରରେ ସିଞ୍ଜୋ ଆବେଙ୍କୁ ଗୁଳି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୁରକ୍ଷା ଅଧିକାରୀମାନେ ଆବେଙ୍କ ହତ୍ୟାକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରିଥିଲେ। ଏହି ହତ୍ୟାକାରୀ ୪୧ ବର୍ଷିୟ ଟେଟସୁୟା ୟାମାଗାମି ବୋଲି ଜଣାପଡିଛି। ୟାମାଗାନି ଜାପାନ ନୈସେନାରେ କାର୍ଯ୍ୟ କରିଛନ୍ତି। ଟିଏମସି ଏହାର ମୁଖପାତ୍ର ଖବରକାଗଜରେ ଜାପାନର ନୌସେନା ସେବାକୁ ଅଗ୍ନିପଥ ଯୋଜନା ସହିତ ତୁଳନା କରିଛି। ଦଳ କହିଛି ଯେ ମୋଦୀ ସରକାର ଚାରି ବର୍ଷ ଭିତରେ ସେନାରେ ଯୁବକ ନିଯୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ସେମାନେ ପେନ୍‌ସନ୍‌ ଏବଂ ଅବସରକାଳୀନ ସୁବିଧା ପାଇବେ ନାହିଁ।

ବିଭିନ୍ନ ମିଡିଆର ରିପୋର୍ଟ ଅନୁଯାୟୀ, ନୌସେନାରେ କାମ କରୁଥିବା ହତ୍ୟାକାରୀ ତିନି ବର୍ଷ ପରେ ଚାକିରି ହରାଇଥିଲା। ସେ ବେକାର ଥିଲା ଏବଂ ପେନସନ ମଧ୍ୟ ପାଇନଥିଲେ। ରିପୋର୍ଟରେ କୁହାଯାଇଛି ଯେ ଏଥିରେ ରାଗିଯାଇ ହତ୍ୟାକାରୀ ସିଞ୍ଜୋ ଆବେଙ୍କୁ ଟାର୍ଗେଟ କରିଥିଲା। ଏହି ଆଧାରରେ ଟିଏମସି ଆବେଙ୍କ ହତ୍ୟାକୁ ଅଗ୍ନିପଥ ଯୋଜନା ସହିତ ତୁଳନା କରିଛି।

ଏହାପୂର୍ବରୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟ ଆବେଙ୍କ ହତ୍ୟାକୁ ଅଗ୍ନିପଥ ଯୋଜନା ସହିତ ତୁଳନା କରିଥିଲେ। ଏହି ଘଟଣାରେ ଉଭୟ ଦଳ କେନ୍ଦ୍ର ସରକାରଙ୍କଠାରୁ ଶିକ୍ଷାଲାଭ କରିବାକୁ କହିଛି। ବିଜେପି ଏହାର ଜବାବ ରଖି କହିଛି ଯେ ସିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ବିରୋଧୀ ଡାର୍ଟି ପଲିଟିକ୍ସ ବା ଖରାପ ରାଜନୀତି କରୁଛନ୍ତି। ଏଥି ସହିତ ଟିଏମସି ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛି ବୋଲି ବିଜେପି କହିଛି।

ଉଲ୍ଲେଖଯୋଗ୍ୟ, ସଂପୃକ୍ତ ଆତଙ୍କୀ ଜାପାନ ସୈନ୍ୟବାହିନୀର ଯୋଗଦେଇଥିଲା। ଅବସର ପରେ ଏକଲକ୍ଷ ଟଙ୍କା ପାଇଥାନ୍ତି। ତଥାପି ସେ ପେନସନ୍ ପାଇନଥିଲା। ତେବେ ଏହି ହତ୍ୟା ପଛରେ ରାଜନୈତିକ ଶତ୍ରୁତା ନାହାଁ । ବରଂ ଆତଙ୍କୀ ହତ୍ୟା ପାଇଁ ହାତ ତିଆରି ବନ୍ଧୁକ ବ୍ୟବହାର କରିଥିଲା ବୋଲି ଜାପାନର ପୋଲିସ କହିଛି।

Leave A Reply

Your email address will not be published.