Latest Odisha News

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବିରଳ କଳା ବାଘ । ଏହି ବାଘ ଶରୀରରେ କଳା କଳା ପଟା ରହିଛି। ଏହି ବିରଳ ବାଘର ଫଟୋ ଚିତ୍ର ଏବେ କ୍ୟାମେରାରେ କଏଦ୍ ହୋଇଛି ।

ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା ବାଘ କେବଳ ଓଡିଶାରେ ହିଁ ଅଛନ୍ତି। ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା।

ଓଡିଶାରେ ଦେଖା ଦେଉଥିବା ଏହି କଳା ବାଘର ନାଁ ମେଲେନିଷ୍ଟିକ ଟାଇଗର । ବାଘ ଶରୀରରେ ଥିବା ଏହି କଳା ପଟା ବଂଶଗତ ତ୍ରୁଟି। ବନ୍ୟାଜନ୍ତୁ ବିଶେଷଜ୍ଞ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବୈଜ୍ଞାନିକ ବିବଶ ପାଣ୍ଡଵ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ କଳା ପଟା ବାଘ ଦୁର୍ଲଭ।

କେବଳ ଓଡିଶାରେ ହିଁ ୭-୮ ବାଘ ଅଛନ୍ତି। ଏହି ବାଘଙ୍କ ଆକାର ସାଧାରଣ ବାଘ ଠାରୁ ସାନ। ଭାରତରେ ୧୯୯୦ ମସିହାରେ ପ୍ରଥମେ ଏହି ବାଘ ଦେଖିବାକୁ ମିଳିଥିଲା। ଦ ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ଫଟୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ସୌମନ ବାଜପେୟୀ ସଉକରେ ଉଠେଇଥିଲେ। ଏହି ଫଟୋ ଓଡିଶାର ପୂର୍ବାଞ୍ଚଳର।

Comments are closed.