Latest Odisha News

କେଶରେ ଚମକ ଆଣିବ ଦେଶୀ ଘିଅର ଏହି ମାସ୍କ..

ଭୁବନେଶ୍ବର: ପ୍ରଦୂଷଣ ଯୋଗୁଁ କେଶ ଝଡିବା, କେଶ ରୁକ୍ଷ ହେବା ଓ ଦୋମୁଁହା କେଶ ସମସ୍ୟା ଅଧିକ ଦେଖାଯାଉଛି । ତେବେ କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ କେମିକାଲ ପ୍ରଡକ୍ଟ ମିଳୁଛି । କିନ୍ତୁ ଏହାଦ୍ବାରା କେଶ ପରେ ଆହୁରି ଖରାପ ହେବାକୁ ଲାଗୁଛି । ତେଣୁ ପ୍ରାକୃତିକ ଉପାୟରେ କେଶ ସମସ୍ୟାରୁ ମୁକ୍ତି ପାଇବା ଏକ ସୁରକ୍ଷିତ ଉପାୟ , ଯାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ । ତେବେ ସୁନ୍ଦର କେଶ ପାଇଁ ଦେଶୀ ଘିଅର ମାସ୍କ ବ୍ୟବହାର କରନ୍ତୁ ।

ଏହି ମାସ୍କ ତିଆରି ପାଇଁ ଦେଶୀ ଘିଅ, ଗୋଟିଏ ଲେମ୍ବୁ, ଘିଁକୁଆରୀ ରସ ଏବଂ ନଡିଆ ତେଲର ଆବଶ୍ୟକତା ରହିଛି । ପ୍ରଥମେ ଗୋଟିଏ ପାତ୍ରରେ ସମାନ ପରିମାଣର ଘିଅ ଏବଂ ନଡିଆ ତେଲ ଭଲ ଭାବରେ ମିଶାନ୍ତୁ । ଏହାପରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ଏଲୋବେରା ବା ଘିଁକୁଆରୀ ରସ ମିଶାନ୍ତୁ । ଏବେ ମାସ୍କ ପ୍ରସ୍ତୁତ ହୋଇଗଲା ।

ମାସ୍କକୁ କେଶରେ ଲଗାଇବା ପୂର୍ବରୁ କେଶକୁ ଭଲ ଭାବରେ କୁଣ୍ଡାନ୍ତୁ । ଏବେ ଏହି ମାସ୍କକୁ ଭଲ ଭାବରେ କେଶରେ ଲଗାନ୍ତୁ ଓ କେଶ ମୂଳରେ ମାଲିସ୍ କରନ୍ତୁ । ପ୍ରାୟ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଛାଡି ଦିଅନ୍ତୁ । ଏହା ପରେ ନର୍ମାଲ ପାଣିରେ କେଶକୁ ଧୋଇଦିଅନ୍ତୁ ।

କେଶ ଧୋଇବା ପରେ ଅନ୍ୟ କଣ୍ଡିସନର୍ ବ୍ୟବହାର କରିବା ଆବଶ୍ୟକ ପଡିବ ନାହିଁ । ସପ୍ତାହରେ ପ୍ରାୟ ଦୁଇ ଥର ଏହି ମାସ୍କ ବ୍ୟବହାର କରିବା ଉଚିତ୍ ।

 

Comments are closed.