ନିୟମିତ ଅଦା ମିଶ୍ରିତ କ୍ଷୀର ପିଇବା ଦ୍ବାରା ଅନେକଗୁଡ଼ିଏ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ କିଭଳି ତିଆରି କରିବେ ଅଦା କ୍ଷୀର
ଅଦା କ୍ଷୀର ତିଆରି କରିବା ପାଇଁ ପ୍ରଥମେ କ୍ଷୀର ଗରମ କରି ନିଅନ୍ତୁ ଏବଂ ସେଥିରେ ଛୋଟ ଛୋଟ ଅଦା ଖଣ୍ଡ ପକାଇ ଫୁଟାଇ ଦିଅନ୍ତୁ। ଆପଣ ଚାହିଁଲେ ଅଦାକୁ ଗ୍ରାଇଣ୍ଡ୍ କରି କ୍ଷୀରରେ ମିଶାଇ ପିଇପାରିବେ।
ଯଦି ଆପଣଙ୍କ ଖାଦ୍ୟ ଠିକ୍ ଭାବେ ହଜମ ହେଉ ନାହିଁ ତେବେ କ୍ଷୀରରେ ଅଦା ମିଶାଇ ପିଇବା ଉଚିତ। ଏହାଦ୍ବାରା ହଜମ ପ୍ରକ୍ରିୟା, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ଅମ୍ଳତା, ଏସିଡ ଭଳି ସମସ୍ୟାରୁ ଏହା ରକ୍ଷା କରିଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଜଳଖିଆ ପରେ ଅଦା ମିଶ୍ରିତ କ୍ଷୀର ପିଅନ୍ତି, ତେବେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।
ଏହା ହାଡକୁ ମଜଭୁତ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ନିୟମିତ କ୍ଷୀରରେ ଅଦାକୁ ମିଶାଇ ପିଇଲେ ଏଥିରେ ଥିବା ଇନ୍ଫ୍ଲାମେଟୋରୀ ଗୁଣ ହାଡକୁ ମଜଭୁତ୍ କରିଥାଏ।
ଯଦି ଆପଣ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଛନ୍ତି ତେବେ ଅଦା ମିଶ୍ରିତ କ୍ଷୀର ପିଇପାରିବେ। ଅଦାରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥିବାରୁ ଏହା ଶରୀରରେ ଥିବା କ୍ଷତିକାରକ ଜୀବାଣୁ ଦୂର କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ କ୍ଷୀରରେ ଏକ ଚାମଚ ଅଦା ପାଉଡର୍ ମିଶାଇ ପିଅନ୍ତୁ। ଏହା ଆପଣଙ୍କ ଗଳାକୁ ଆରାମ ଦେଇଥାଏ। ଏହାଦ୍ବାରା ଗଳା ସଂକ୍ରମଣ ମଧ୍ୟ ହୋଇନଥାଏ।
Comments are closed.