Latest Odisha News

ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି, ଜାଣନ୍ତୁ କଣ ରହିଛି କାରଣ… 

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ଜଙ୍ଗଲ ଆମାଜନ ଜଙ୍ଗଲର ଅବକ୍ଷୟ ଘଟୁଛି। ଏକ ସର୍ଭେ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଆମାଜନ ଜଙ୍ଗଲ ଜର୍ମାନୀ ଏବଂ ଫ୍ରାନ୍ସ ଦେଶର କ୍ଷେତ୍ରଫଳ ସହ ସମାନ ଅଞ୍ଚଳ ହରାଇଛି। ଏହାର ମୁଖ୍ୟ କାରଣ ଜଙ୍ଗଲ ନଷ୍ଟ ବୋଲି କୁହାଯାଇଛି।

ଆମାଜନ ଜଙ୍ଗଲ ପୃଥିବୀରେ ଜଳବାୟୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବା ସହ ବିଶ୍ୱ ତାପମାତ୍ରାକୁ ମଧ୍ଯ ନିୟନ୍ତ୍ରଣ କରିଥାଏ।

ପୃଥିବୀର ୯ଟି ଦେଶରେ ବ୍ୟାପିଥିବା ଆମାଜନ ଜଙ୍ଗଲକୁ ପୃଥିବୀର ଫୁସଫୁସ କୁହାଯାଏ। କାରଣ ଆମାଜନ ଜଙ୍ଗଲରୁ ପ୍ରାୟ ୨୦ ପ୍ରତିଶତ ଅମ୍ଳଜାନର ଆମେ ପାଇଥାଉ।

ଅପରପକ୍ଷେ ଖଣି ଏବଂ କୃଷି ଉଦ୍ଦେଶ୍ୟରେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଆମାଜନ ଜଙ୍ଗଲ ଏହାର ୧୨.୫ ପ୍ରତିଶତ କ୍ଷେତ୍ରଫଳ ହରାଇଛି। ଏହି କ୍ଷତି ୧୯୮୫ରୁ ୨୦୨୩ ମଧ୍ୟରେ ଘଟିଥିବା ନେଇ ସୂଚନା ମିଳିଛି।

ଆମାଜନ ଜଙ୍ଗଲ ବ୍ରାଜିଲ, ବୋଲିଭିଆ, ପେରୁ, ଇକ୍ୟୁଏଡର୍, କଲମ୍ବିଆ, ଭେନେଜୁଏଲା, ଗୁଇନା, ସୁରିନାମ ଏବଂ ଫ୍ରେଞ୍ଚ ଗୁଇନା ପର୍ଯ୍ୟନ୍ତ ବ୍ୟାପିଛି। ପ୍ରାୟ ୮ ଲକ୍ଷ ୮୦ ହଜାର ବର୍ଗ କିଲୋମିଟରରେ ବ୍ୟାପ୍ତ ଏହି ଜଙ୍ଗଲ ପୃଥିବୀର ତାପମାତ୍ରା ସନ୍ତୁଳଣ ତଥା ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ୍ ନେଟୱାର୍କ ଅଫ୍ ସାଇନ୍ସ ରବିବାର ଦିନ ପ୍ରକାଶ କରିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଆମାଜନ ଏବଂ ପାଣ୍ଟାନାଲ ୱେଟଲ୍ୟାଣ୍ଡସରେ ଅଗ୍ନିକାଣ୍ଡର ଆଶଙ୍କା ବଢୁଛି। କାରଣ ବାୟୁମଣ୍ଡଳରେ ବିପୁଳ ପରିମାଣର ଅଙ୍ଗାରକାମ୍ଳ ନିର୍ଗମଣ ହେଉଛି।

ଗତ କିଛି ଦଶନ୍ଧି ମଧ୍ୟରେ ଆମାଜନ ଜଙ୍ଗଲରୁ ଉତ୍ପନ୍ନ ନଦୀ ସ୍ତରରେ ମଧ୍ୟ ହ୍ରାସ ଘଟିଛି। ଏହି କାରଣରୁ ଏହାର ଅବବାହିକାରେ ଅବସ୍ଥିତ ଅଞ୍ଚଳରେ ରହୁଥିବା ପ୍ରାୟ ୪ କୋଟି ୭୦ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରତି ମଧ୍ଯ ବିପଦ ବଢିବାରେ ଲାଗିଛି।

 

Leave A Reply

Your email address will not be published.