ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତଥା ଆମାଜନର ପ୍ରତିଷ୍ଠାତା କୋଟିପତି 60 ବର୍ଷୀୟ ଜେଫ୍ ବେଜୋସ୍ ଖୁବ୍ ଶୀଘ୍ର ତାଙ୍କ ପ୍ରେମିକା 55 ବର୍ଷୀୟ ଲରେନ୍ ସାଞ୍ଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ କଲୋରାଡୋର ଆସ୍ପେନରେ ଅନୁଷ୍ଠିତ ହେବ । ସୂତ୍ରରୁ ଜଣାପଡିଛି ଯେ, ଆସନ୍ତା ଶନିବାର ଏହି ବିବାହ ହେବ । ଏହି ବିବାହ ପାଇଁ ପ୍ରାୟ ୫୦୯୬ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ । 2023 ମେ’ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା ।
ରିପୋର୍ଟ ଅନୁସାରେ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ହାଇପ୍ରୋଫାଇଲ ଅତିଥିଙ୍କ ନାମ ରହିଛି ।
ବେଜୋସ୍ ଲରେନଙ୍କୁ ପ୍ରୋପଜ ପାଇଁ ଦେଇଥିବା ରିଙ୍ଗରେ ହୃଦୟ ଆକୃତିର ହୀରା ଥିଲା | ଏହି ହୀରା 20 କ୍ୟାରେଟ୍ ଥିଲା |ଲରେନ୍ ସାଞ୍ଚେଜ୍ ଜଣେ ବରିଷ୍ଠ ସାମ୍ବାଦିକ ଥିଲେ | ସେ ଜଣେ ହେଲିକପ୍ଟର ପାଇଲଟ୍ ଏବଂ ବ୍ଲାକ୍ ଅପ୍ସ ଆଭିଏସନର ଫାଉଣ୍ଡର ମଧ୍ୟ ଅଟନ୍ତି ।
ତେବେ ଏହି ଭବ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ପାର୍ଟି ଯୋଜନାକାରୀମାନଙ୍କୁ ଏକ ନନ୍-ଡିସ୍କ୍ଲୋଜର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଛି, ଯାହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ସାର୍ବଜନୀନ କରିପାରିବେ ନାହିଁ । ଆସ୍ପେନରେ ଆୟୋଜିତ ଏହି ବିବାହକୁ ସ୍ବତନ୍ତ୍ର କରିବା ପାଇଁ ସାରା ବିଶ୍ୱରୁ ବଛାବଛା ଜିନିଷ ମଗାଯିବ ବୋଲି ସୂଚନା ରହିଛି ।