Latest Odisha News

BREAKING NEWS

ଭାରତରେ ୧ ହଜାର କର୍ମଚାରୀ ଛଟେଇ କରିପାରେ ଆମାଜନ

 

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ବିଶ୍ୱସ୍ତରରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ନିକଟରେ ଘୋଷଣା କରିଛି। ସେଥିରୁ ଭାରତରୁ ପ୍ରାୟ ଏକ ହଜାର କର୍ମଚାରୀ ଛଟେଇ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।

କମ୍ପାନୀ ଷ୍ଟୋର କର୍ମଚାରୀ ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି ଆମାଜାନ ସିଇଓ ଆଣ୍ଡି ଜ୍ୟାସି ଏକ ବ୍ଲଗ୍ ପୋଷ୍ଟ କରି ସୂଚନା ଦେଇଥିଲେ।ତାଙ୍କର ଏହି ପୋଷ୍ଟକୁ ଭାରତୀୟ ଆମାଜନ ପ୍ରବକ୍ତା ଶେୟାର କରିଛନ୍ତି। ତେବେ ଭାରତରେ ଛଟେଇ ନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ଭାରତରେ ବିଭିନ୍ନ ବିଭାଗରେ ଆମାଜନର ଏକ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଯଦି ଛଟେଇ ହୁଏ ତେବେ ମାତ୍ର ୧ ପ୍ରତିଶତ କର୍ମଚାରୀ ଉପରେ ଏହାର ପ୍ରଭାବ ପଡ଼ିବ।

କହି ରଖୁଛୁ ଯେ ୨୦୨୧ ଡିସେମ୍ବର ୩୧ର ସୂଚନା ଅନୁସାରେ ଆମାଜନରେ ୧୬,୦୮,୦୦୦ ଫୁଲ୍ ଟାମ ଓ ପାର୍ଟ ଟାଇମ କର୍ମଚାରୀ ଅଛନ୍ତି। ଆର୍ଥିକି ସ୍ଥିତି ଯୋଗୁ କମ୍ପାନୀ କର୍ମଚାରୀରେ ଛଟେଇ କରୁଛି ବୋଲି ଆଣ୍ଡି ଜ୍ୟାସି କହିଛନ୍ତି।

ଅମାଜନ ଚାକିରି ଛଟେଇ ନେଇ ଏମିତି ସାଧାରଣରେ ଘୋଷଣା କରେନାହିଁ। କମ୍ପାନୀ ଭିତର ହିଁ ଏହି ନିଷ୍ପତ୍ତି ନିଆଯାଏ। ହେଲେ କର୍ମଚାରୀ ଏହାକୁ ବାହାରେ ଲିକ୍ କରିଦେଉଥିବାରୁ କମ୍ପାନୀ ଏଥର ସର୍ବସାଧାରଣରେ ଘୋଷଣା କରିଛି। ତେବେ ଜାନୁଆରୀ ୧୮ ତାରିଖରୁ ଛଟେଇ ଆରମ୍ଭ ହେବ ବୋଲି ଜ୍ୟାସି କହିଛନ୍ତି। ତେବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ କମ୍ପାନୀ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯିବା ସହିତ ସ୍ୱାସ୍ଥ୍ୟବୀମା ଆଦିରେ ସହଯୋଗ ମିଳିବ ବୋଲି ଜ୍ୟାସୀ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.