Latest Odisha News

BREAKING NEWS

ଲିଭରପୁଲ ଫୁଟବଲ କ୍ଲବ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କ ଜୋରଦାର ଉଦ୍ୟମ, ଦେବାକୁ ପଡିବ ୩୮ ହଜାର କୋଟି

ଲଣ୍ଡନ: ଭାରତର ସଫଳ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଇଂଲିଶ ପ୍ରିମିୟର ଲିଗର ଫୁଟବଲ ଟିମ ଲିଭରପୁଲକୁ କିଣିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦି ମିରରରେ ପ୍ରକାଶିତ ଖବର ଅନୁସାରେ ମୁକେଶ ୨୦୧୦ରୁ ଏହି ଟିମକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି । ଲିଭରପୁଲର ମାଲିକାନା ଦାୟିତ୍ୱ ଏବେ ଫେନୱେ ସ୍ପୋର୍ଟ୍ସ ଗ୍ରୁପ ହାତରେ ରହିଛି । ଏଫଏସଜି ୩୮ ହଜାର କୋଟି ଟଙ୍କାରେ ଏହାକୁ ବିକ୍ରୀ କରିବା ପାଇଁ ଯୋଜନା କରୁଛି । ଦେଖାଯାଉ ମୁକେଶ ତାଙ୍କ ଡ୍ରିମ ଟିମ କିଣୁଛନ୍ତି କି ନାହିଁ ଦେଖିବା କଥା । ମୁକେଶଙ୍କ ନେଟୱର୍ଥ ୭.୬ ଲକ୍ଷ କୋଟି ଟଙ୍କା ରହିଛି । ଲିଭରପୁଲକୁ ସେ ସହଜରେ କିଣିପାରିବେ । ତେବେ ତାଙ୍କୁ ଏଥିପାଇଁ ମିଡିଲ ଇଷ୍ଟ ଓ ଆମେରିକାର ଅନ୍ୟ ଇନଭେଷ୍ଟର୍ସଙ୍କ ସହ କଡା ମୁକାବିଲା କରିବାକୁ ପଡିବ ।

୨୦୧୦ରେ ସାହାରା ଇଣ୍ଡିଆ ଚେୟାରମ୍ୟାନ ସୁବ୍ରତ ରାୟଙ୍କ ସହ ମିଶି ଅମ୍ବାନୀ ଏହି ଟିମକୁ କିଣିବାକୁ ଯୋଜନା କରିଥିଲେ । ସେତେବେଳେ ଏଫଏସଜି ବାଜି ମାରିଥିଲା । ସୂଚନାଯୋଗ୍ୟ, ମୁକେଶଙ୍କ କମ୍ପାନୀ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ, ଏମିରେଟ କ୍ରିକେଟ ବୋର୍ଡର ୟୁଏଇ ଟି୨୦ ଓ ଦକ୍ଷିଣ ଆଫ୍ରିକା ଟି୨୦ ଲିଗରେ ମଧ୍ୟ ଟିମ କିଣିଛନ୍ତି । ଏହା ବ୍ୟତୀତ ଏଆଇଏଫଏଫ ଓ ଆଇଏସଏଲର କମର୍ଶିଆଲ ପାର୍ଟନର ରହିଛି ।

Leave A Reply

Your email address will not be published.