Latest Odisha News

BREAKING NEWS

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା ।

ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ ଏକାଧିକ ସରକାରୀ ଜମିକୁ ଅକ୍ତିଆର କରି ଭଡ଼ାରେ ଲଗାଇଛନ୍ତି । ଆଉ ଉକ୍ତ ସରକାରୀ ଜମିକୁ ବାଞ୍ଛା କବଜା କରିବା ଉଦ୍ୟମ କରିବା ବେଳେ ଚୁନୁ ଗୁଳିମାଡ଼ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବାଞ୍ଛାଙ୍କ ମୃତ୍ୟୁ ହୋଇଛି ।

ବାଞ୍ଚାଙ୍କ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଝିରିପାଣି ଥାନା ଘେରାଉ କରି ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ୨ ଘଣ୍ଟା ଧରି କୋଏଲନଗର-ଝିରିପାଣି ମୁଖ୍ୟରାସ୍ତା ଅବରୋଧ ପରେ ହଟିଥିବା ବେଳେ ମୃତକଙ୍କ ପରିବାରର ଏତଲା ଆଧାରରେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.