Latest Odisha News

BREAKING NEWS

ନିଲମ୍ବିତ ପୋଲିସ ଅଧିକାରୀ ସଚିନ୍ ୱା‌ଜେଙ୍କ ସହଯୋଗୀ ରିୟାଜ କାଜୀଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଏବଂ ଏସୟୁଭି ଜବତ ମାମଲାରେ ଏନଆଇଏ ନିଲମ୍ବିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ୱା‌ଜେଙ୍କ ସହଯୋଗୀ ପୋଲିସ ଅଧିକାରୀ ରିୟାଜ କାଜୀଙ୍କୁ ଗିରଫ କରିଛି।

ସହକାରୀ ପୋଲିସ ଇନ୍ସପେକ୍ଟର (ଏପିଆଇ) କାଜୀଙ୍କୁ ରବିବାର (ଏନଆଇଏ) ପଚରାଉଚରା ପାଇଁ ଡକାଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଫେବୃଆରୀ ୨୫ ରେ ଦକ୍ଷିଣ ମୁମ୍ବାଇର ଅମ୍ବାନୀଙ୍କ ବାସଭବନ ନିକଟରୁ ମିଳିଥିବା ବିସ୍ଫୋରକ ଜବତ ଏସ୍‌ୟୁଭି ଏବଂ ଥାନେ ବ୍ୟବସାୟୀ ମାନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଏନ୍ଆଇଏ ପକ୍ଷରୁ ପଚରାଉଚରା କରାଯାଇଥିଲା।

Comments are closed.