Latest Odisha News

BREAKING NEWS

ରାଜ୍ୟରେ କୋଭିଡ଼ ପାଇଁ କଟକଣା ଜୋରଦାର, କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡ଼ାକଡ଼ି ଚେକିଂ 

ଭୁବନେଶ୍ୱର: କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଂ ହେବ । ଏନେଇ ଷ୍ଟେସନ ଡାଇରେକ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଆସନ୍ତକାଲି ଠାରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଞ୍ଚ ହେବ ବୋଲି ସେ କହିଛନ୍ତି । 

ବିଏମସି ଏବଂ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ପରିବର୍ତ୍ତନ କରାଯାଇଛି । 

ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ହେଲେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଷ୍ଟେସନ ଭିତରୁ ଯେଉଁ ଯାତ୍ରୀ ପ୍ରସ୍ଥାନ କରିବାକୁ ଚାହିଁବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.