Latest Odisha News

BREAKING NEWS

ସମ୍ବିଧାନ ଦିବସ ୨୦୨୦: ଆସନ୍ତୁ ଜାଣିବା ଆମ୍ବେଦକରଙ୍କ ପ‌୍ର‌େରଣାଦାୟୀ ବିଚାର ସମ୍ପର୍କରେ…

ନୂଆଦିଲ୍ଲୀ: ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା। ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି।

ଆଜି ଆମ ଦେଶର‌େ ପାଳିତ ହ‌େଉଛି ‘ସମ୍ବିଧାନ ଦିବସ’। ଏହି ଦିନର‌େ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ଦେଶବାସୀ ମନେ ପକାଇଥାନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ଆମ୍ବେଦକରଙ୍କ ସର୍ବଶ୍ରେଷ୍ଠ ପ‌୍ର‌େରଣାଦାୟୀ ବିଚାର ସମ୍ପର୍କରେ…

ଯଦିଓ ଏକ ଭଲ ସମ୍ବିଧାନ ଥାଇପାରେ, ହେଲ‌େ ଏହାକୁ କାର୍ଯ୍ୟକାରୀ କରୁଥିବା ଲ‌ୋକ ଯଦି ଭଲ ନୁହଁନ୍ତି, ତାହେଲ‌େ ତାହା ଖରାପ ପ୍ରମାଣିତ ହେବ। ସେହିପରି ଯଦି ଏକ ସମ୍ବିଧାନ ଖରାପ ହୁଏ କିନ୍ତୁ ତାହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନେ ଭଲ ଥାଆନ୍ତି, ତେବେ ଏହା ଭଲ ବୋଲି ପ୍ରମାଣିତ ହେବ।

ସାମାଜିକ ଆଧାର ବିନା ରାଜନ‌ୈତିକ ଗଣତନ୍ତ୍ର ଚାଲିପାରିବ ନାହିଁ।

ଜଣେ ମହାନ ବ୍ୟକ୍ତି ଅନ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଭିନ୍ନ ହ‌ୋଇଥାଏ।

ଯେପର୍ଯ୍ୟନ୍ତ ଆପଣ ସାମାଜିକ ସ୍ୱାଧୀନତା ହାସଲ ନକରିଛନ୍ତି, ସେପର୍ଯ୍ୟନ୍ତ ଆପଣ ଆଇନ ଦ୍ବାରା ପ୍ରଦତ ସ୍ୱାଧୀନତାରୁ କୌଣସି ଫାଇଦା ଉଠାଇପାରିବ‌େ ନାହିଁ।

ମୁଁ ସେହି ଧର୍ମକୁ ପସନ୍ଦ କରେ ଯେଉଁ ଧର୍ମ ସ୍ୱାଧୀନତା, ସମାନତା ଏବଂ ବନ୍ଧୁତ୍ବ ଶିକ୍ଷାଇଥାଏ ବୋଲି ସେ କହିଛନ୍ତି।

ଆମେ ପ୍ରଥମରୁ ଶେଷ ଯାଏଁ ଭାରତୀୟ ଅଟୁ।

 

Leave A Reply

Your email address will not be published.