Latest Odisha News

BREAKING NEWS

କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁର‌େ ମୁଖ୍ୟମନ୍ତ୍ରୀଙ୍କ ଶ‌ୋକପ୍ରକାଶ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାର‌େ ଗତକାଲି ରାତିରେ କାଳିଆର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ‌ୋକ ପ୍ରକାଶ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗ‌େ ସୂଚନା ଦେଇଛନ୍ତି।

ସେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଜଗାର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢନ୍ତୁ- ଆଖିବୁଜିଲା କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ

ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକାଳିଆ ମଧ୍ୟରୁ କାଳିଆର କଟକ ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି ।

ଦିଲ୍ଲୀ ଏମସରେ ସେମାନଙ୍କର ମୁଣ୍ଡ ଅଲଗା ହେବା ପରେ ପ୍ରାୟ ଦୁଇ ବର୍ଷ କାଳ ସେଠାରେ ଚିକିତ୍ସିତ ହେବା ପରେ ଗତ ସେପ୍ଟେମ୍ବର ମାସରେ ବାପା ମାଆଙ୍କ ସହ ଓଡିଶା ଫେରିଥିଲେ ଜଗାକାଳିଆ । ଓଡିଶା ଫେରିବା ପରେ ଏସସିବିରେ ସେମାନଙ୍କର ଚିକିତ୍ସା ହେଉଥିଲା ।

କନ୍ଧମାଳର ଯମଜ ଶିଶୁ ଜଗା କାଳିଆଙ୍କର ଜନ୍ମରୁ ମୁଣ୍ଡ ଯୋଡି ହୋଇଥିଲା । ଚଳପ୍ରଚଳରେ ଅସୁବିଧା ହେବା କାରଣରୁ ସରକାରଙ୍କ ସାହାଯ୍ୟ କ୍ରମେ ଦିଲ୍ଲୀ ଏମସ୍ ରେ ବିରଳ ଅସ୍ତ୍ରପଚାର କରି ସେମାନଙ୍କ ଯୋଡା ମୁଣ୍ଡକୁ ଅଲଗା କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ ଅପରେସନ ୨୦୧୭ ମସିହା ଅଗଷ୍ଟ ୨୮ ତାରିଖରେ ହୋଇଥିଲା । ଅପରେସନ ପ୍ରାୟ ୨୫ ଘଣ୍ଟା ଲାଗିଥିଲା । ଦ୍ବିତୀୟ ଅପରେସନଟି ଅକ୍ଟୋବର ୨୫ ତାରିଖରେ କରାାଇ ଦୁହିଁଙ୍କୁ ଅଲଗା କରାଯାଇଥିଲା । ଏଥି ପାଇଁ ପ୍ରାୟ ୨୦ ଘଣ୍ଟା ଲାଗିଥିଲା । ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେମାନଙ୍କର ଚିକିତ୍ସା କରିଥିଲେ ।

 

Leave A Reply

Your email address will not be published.