Latest Odisha News

BREAKING NEWS

ଦେଶରେ ବଢୁଛି: ୨୪ ଘଣ୍ଟାରେ ୪୪ ହଜାର କରୋନା ପଜିଟିଭ୍, ୫୨୪ ମୃତ

ନୂଆଦିଲ୍ଲୀ: ପୁଣି ଥରେ କାୟା ବିସ୍ତାର ଆରମ୍ଭ କରିଛି କରୋନା । ଦେଶରେ ଦୈନିକ ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୪ ହଜାର ୪୮୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୨ଲକ୍ଷ ୬୬ହଜାର ୭୦୬କୁ ବୃଦ୍ଧି ପାଇଛି ।

ଦୈନିକ ମୃତ୍ୟୁସଂଖ୍ୟା ବି ବୃଦ୍ଧି ପାଇଛି । ଦେଶରୁ ଦିନକରେ ଆଉ ୫୨୬ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୫ ହଜାର ୨୨୩ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୬% ।

ଆକ୍ଟିଭ୍ କେସ୍ ବି ବଢ଼ିଛି । ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଏବେ ସୁସ୍ଥ ସଂଖ୍ୟା କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୩୬ ହଜାର ୩୬୭ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୮୬ଲକ୍ଷ ୭୯ହଜାର ୧୩୮କୁ ବୃଦ୍ଧି ପାଇଛି । ସୁସ୍ଥ ହାର ରହିଛି ୯୩% । ଆକ୍ଟିଭ କେସ ୪ଲକ୍ଷ ୫୨ହଜାର ୩୪୪ ରହିଛି ।

Leave A Reply

Your email address will not be published.