Latest Odisha News

BREAKING NEWS

ଘଣ୍ଟାଏ ପରେ ଆମ୍ବୁଲାନ୍ସ ପହଞ୍ଚିବା ଗ୍ରହଣୀୟ ନୁହେଁ: କଟକ ମେୟର

କଟକ: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟପଟେ ଏହି ଅଗ୍ନିକାଣ୍ଡକୁ ନେଇ କଟକ ମେୟର ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିବା ବେଳେ ସରକର ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏହାସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଟ୍ରମା କେୟାର ICUରେ କେମିତି ଘଟିଲା ଅଗ୍ନିକାଣ୍ଡ ଏବଂ ଅଗ୍ନିଶମ ବ୍ୟବସ୍ଥା ଠିକ୍‌ ଥିଲା କି ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣାକୁ ନେଇ କଟକ ମେୟର ସୁବାସ ସିଂ ପ୍ରତିକ୍ରିୟା ରଖି କହିଛନ୍ତି, ‘ଆମ୍ବୁଲାନ୍ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା। ଯାହା ଗ୍ରହଣୀୟ ନୁହେଁ। ସେହିପରି ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅପରେସନାଲ ନଥିଲା ବୋଲି ଏଭଳି ବଡ଼ ଧରଣର ଘଟଣା ଘଟିଲା। ସରକାରଙ୍କ ଦୁର୍ବଳତା କାରଣରୁ ଏଭଳି ଘଟିଲା। ଓଡ଼ିଶା ବାସୀ କାହାକୁ କ୍ଷମା କରି ନାହାଁନ୍ତି, ସରକାର ଚେତି ଯାଆନ୍ତୁ।’

ଅନ୍ୟପଟେ ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୋଲିସ କମିଶନର ଓ ସ୍ବାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ଏହି ଅଗ୍ନିକାଣ୍ଡରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଇସିୟୁରେ ଥିବା ଅନ୍ୟ ରୋଗୀଙ୍କ ଆଶୁ ଆରୋଗ୍ୟ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ଦୁଃଖଦ ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ସୁରକ୍ଷା ଦୃଷ୍ଟିରୁ ମେଡିକାଲ ପରିସରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.