Latest Odisha News

ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଡ୍ରାଇଭର ଓ ଷ୍ଟାଫ୍ ସୁରକ୍ଷିତ

କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ । କଟକରେ ରୋଗୀ ଛାଡ଼ି ଫେରିବା ବେଳେ ହଠାତ୍ 108 ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳ ଛକରେ ଆଜି ଏହି ଘଟଣା ଘଟିଛି । ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ତେବେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଷ୍ଟାଫ୍ ସୁରକ୍ଷିତ ଅଛନ୍ତି । ଏକ ବଡ଼ ଦୁର୍ଘଟଣାରୁ ସେମାନେ ରକ୍ଷା ପାଇ ଯାଇଛନ୍ତି । କଟକରେ ରୋଗୀ ଛାଡ଼ି ଫେରିଲା ବେଳେ କଜଳା ପେଟ୍ରୋଲ ପମ୍ପ୍ ପାଖରେ ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇଲେ ।

Leave A Reply

Your email address will not be published.