Latest Odisha News

ଟ୍ବିନ୍‌ ସିଟି ସହ ରାଜ୍ୟର ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଓଡିଶାର ୧୭ ଟି ଜିଲ୍ଲା ପାଇଁ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ‌ବିଭାଗ।

ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ (ଭୁବନେଶ୍ୱର ସମେତ), କଟକ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ , ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟାଗଡା, କନ୍ଧମାଳ, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ ବାଲାଙ୍ଗୀରରେ ସକାଳ ୧୦.୧୫ ରୁ ୧.୧୫ ମଧ୍ୟରେ ସହିତ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ଧରଣ ବର୍ଷା ହେବ।

ଏଥିପାଇଁ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି।

Comments are closed.