Latest Odisha News

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ପରେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ।

ବ୍ଲକର ଦୁଆରଶୁଣି ପଞ୍ଚାୟତର ହଳଦୀସିଲ ଗ୍ରାମରେ ଏପରି ଘଟଣା ଘଟିଛି । ଆଦିବାସୀସାହିର ପୁର୍ତ୍ତିବାସ ମୁଦୁଲିଙ୍କ ସ୍ତ୍ରୀ ଫୁଲ ମୁଦୁଲି (୩୫) ଗର୍ଭବତୀ ଥିଲେ । ଆଜି ହଠାତ୍ ଫୁଲଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ପୁର୍ତ୍ତିବାସ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ୩ କିମିଦୂରରେ ଅଟକି ରହିଥିଲା । ପୁର୍ତ୍ତିବାସ କୌଣସି ଉପାୟ ନ ପାଇ ଗ୍ରାମବାସୀଙ୍କ ସହାୟତାରେ ଫୁଲଙ୍କୁ ଅଙ୍ଗାରଗୁଡା ଗ୍ରାମ ଛକଯାଏ ଭାରରେ ବୋହି ନେଇଥିଲେ । ସେଠାରୁ ଆମ୍ବୁଲାନ୍ସେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କୁ ଏଦିଗରେ ଗ୍ରାମବାସୀ ଡମ ମୁଦୁଲି, କାର୍ତ୍ତିକ ମୁଦୁଲି, ଭାସ୍କର ନାୟକ ଓ ଚନ୍ଦୁ ମୁଦୁଲି ସହାୟତା କରିଥିଲେ । ତେବେ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଗ୍ରାମବାସୀ ସବୁ ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ସେମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Comments are closed.