ବରଗଡ : ବରଗଡ ଜିଲ୍ଲା ପଦ୍ମପୁରରେ ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ୧ କି.ମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ ।
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତ ଗମନାଗମନର ସୁବିଧା ହୋଇ ପାରିନାହିଁ । କାଂସଡା ପଂଚାୟତ ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇ ପାରିନଥିଲା ।
ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ , ଫାର୍ମାସିଷ୍ଟ ଏକ କିମି ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ ।
Comments are closed.