Latest Odisha News

BREAKING NEWS

ଟଙ୍କା ନଦେବାରୁ ଅଧା ରାସ୍ତାରେ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା: ଟଙ୍କା ଦିଅ, ନହେଲେ ଆମ୍ବୁଲାନ୍ସରୁ ଓହ୍ଲାଅ । କରୋନା ରୋଗୀଙ୍କ ଆଗରେ ଏଭଳି ଦାଦାଗିରି ଦେଖାଇଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କେବଳ ସେତିକି ନୁହେଁ ଗୁରୁତର ରୋଗୀଙ୍କ ଠାରୁ ଅକ୍ସିଜେନ୍ ପାଇପ୍ ମଧ୍ୟ କାଢ଼ିବାକୁ ପଛଇନି । ଏଭଳି ଘଟଣା ଘଟିଛି କୋଲକାତାରେ । କୋଲାକାତାର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଚାଇଲ୍ଡ ହେଲ୍‌ଥରେ ଜଣେ ୯ ମାସର ଶିଶୁ ଓ ଅନ୍ୟ ଜଣେ ସାଢ଼େ ୯ ବର୍ଷର ଶିଶୁର ଚିକିତ୍ସା ଚାଲିଥିଲା । ଏତିକି ବେଳେ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କ ପିତା ପିଲାଙ୍କୁ ସରକାରୀ ହସ୍ପିଟାଲ ନେଇଯିବାକୁ ଚାହିଁଥିଲେ । ତେବେ ଆମ୍ବୁଲାନ୍ସ ଡ୍ରାଇଭର କିନ୍ତୁ ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଦାବି କରିଥିଲା । ସେ ୯,୨୦୦ ଟଙ୍କା ମାଗିଥିଲା । ତେବେ ଶିଶୁଙ୍କ ପିତା କିନ୍ତୁ ଏତେ ଟଙ୍କା ଦେଇପାରିବି ନାହିଁ ବୋଲି କହିଥିଲେ ।

ବାସ୍ ଏହାପରେ ଆରମ୍ଭ ହୋଇଥିଲା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦାଦାଗିରି । ଅଧା ରାସ୍ତାରେ କରୋନା ରୋଗୀଙ୍କୁ ତଳକୁ ଓହ୍ଲାଇ ଦେଇଥିଲା । କେବଳ ସେତିକି ନୁହେଁ କରୋନାରେ ଆକ୍ରାନ୍ତ ହୋଇଥିବା ୯ ମାସର ପିଲାଠାରୁ ଅକ୍ସିଜେନ୍ ସପୋର୍ଟ ମଧ୍ୟ କାଢ଼ି ନେଇଥିଲା । ପରେ ଏହି ଘଟଣାରେ ଜଣେ ଡାକ୍ତର ହସ୍ତକ୍ଷେପ କରିଥିଲେ । ବୁଝାସୁଝା କରିବା ପରେ ୨ ହଜାର ଟଙ୍କାରେ ରାଜି ହୋଇ ଡ୍ରାଇଭର ଜଣକ କରୋନା ଆକ୍ରାନ୍ତ ଶିଶୁଙ୍କୁ ହସ୍ପିଟାଲରେ ପହଂଚାଇଥିଲା ।

ସରକାର କରୋନା ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବାବେଳେ ଏଭଳି କେତେକ ଲୋଭି ଲୋକଙ୍କ ପାଇଁ ନିରିହ ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ସେମାନଙ୍କ ସରକାରଙ୍କ ଉପରୁ ଭରସ ମଧ୍ୟ ତୁଟି ଯାଉଛି ।

Comments are closed.