ଭୁବନେଶ୍ୱର: ଆମ୍ବଲାନ୍ସ ପାଇଁ ଅଟକିଲା ନବୀନଙ୍କ କାର୍କେଡ୍ । ପୁଣି ଥରେ ଆମ୍ବୁଲାନ୍ସ ପାଇଁ ବାଟ ଛାଡି ଉଦହାରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ନିଜ ଗାଡିକୁ ଅଟକାଇ ଆମ୍ବୁଲାନ୍ସକୁ ପ୍ରଥମେ ଯିବାକୁ ରାସ୍ତା ଦେଇଥିଲେ ନବୀନ ।
ଏଦୃଶ୍ୟ ଟ୍ରାଫିକ୍ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡିଥିଲା । ତେବେ ମୁଖ୍ୟମନ୍ତ୍ରୀ କେତେ ସଚେତନ ଏହି ଘଟଣା ପରେ ପୂରା ସ୍ପଷ୍ଟ ହୋଇଯାଇଛି ।
ନିକଟରେ ଆମ୍ବୁଲାନ୍ସ ଭିଡରେ ଫଶିବା ଯୋଗୁଁ ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଏହାପରେ ରାଜଧାନୀ ଟ୍ରାଫିକ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠିଥିଲା । କମିଶନରେଟ ପୋଲିସ ଏଥିଲାଗି ଆଡଭାଇଜରୀ ଜାରି କରି ବାମ ପଟ ରାସ୍ତାକୁ ଆମ୍ବୁଲାନ୍ସ ପାଇଁ ଖାଲି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ରବିବାର ସାରା ରାଜ୍ୟରେ ସଂଶୋଧିତ ଟ୍ରାଫିକ ଆଇନ ଲାଗୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାମକୁ ନେଇ ପୂରା ରାଜ୍ୟବାସୀ ପ୍ରଂଶସା କରିଛନ୍ତି ।
BREAKING NEWS
- Iranian missile facilities: ଇରାନ ଆଗରେ ଫେଲ୍ ଆମେରିକାର B-52 ବୋମାବର୍ଷୀ ବିମାନ? ରିପୋର୍ଟ କଲା ବଡ଼ ଖୁଲାସା
- Dhurandhar 2: ୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’, ନିଜେ ‘ବାହୁବଳୀ ୨’ର ପ୍ରଯୋଜକ ପ୍ରଶଂସା କରିବାରୁ ନିଜକୁ ରୋକି ପାରିଲେନି…
- Mukesh Mahaling Riding Bike Without Helmet: ବିନା ହେଲମେଟରେ ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଇସ୍ତଫା ଦାବି କଲା ବିଜେଡି
- PM praises 2 Odia in Mann Ki Baat: ମନ୍ କି ବାତ୍ରେ ୨ ଓଡ଼ିଆଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
- କେରଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାର
- ‘Beware Of Rumours’: PM in Mann Ki Baat: ‘ମନ କି ବାତ’ରେ ମଧ୍ଯପ୍ରାଚ୍ୟ ଯୁଦ୍ଧ; ପ୍ରଧାନମନ୍ତ୍ରୀ କହିଲେ, ‘ସାହସର ସହିତ ସାମ୍ନା କରୁଛି ଭାରତ…’
- ତହସିଲଦାରଙ୍କୁ ଗାଳି ଗୁଲଜ ସହ ହତ୍ୟା ଧମକ ଦେଲେ ବିଜେଡ଼ି ବିଧାୟିକାଙ୍କ ସ୍ୱାମୀ
- ସରକାର ଆଣୁଛନ୍ତି ନୂଆ ବିଲ୍; ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ପଡିବ ମହଙ୍ଗା, ଦେବାକୁ ପଡିବ ଏତିକି…
- Anti-Trump rallies Across US: ଆମେରିକା ରାସ୍ତାରେ କମ୍ପିଲା ଟ୍ରମ୍ପ୍ ବିରୋଧ ସ୍ୱର, ରାଷ୍ଟ୍ରପତିଙ୍କ ନୀତି ବିରୁଦ୍ଧରେ ନୋ କିଙ୍ଗସ୍ ପ୍ରତିବାଦ
- Stormy Weather Alert: ଆସନ୍ତା ୭୨ ଘଣ୍ଟାରେ ଓଡ଼ିଶାରେ ଏହିସବୁ ଜିଲ୍ଲାରେ ଝଡ଼ବର୍ଷା…
Comments are closed.