Latest Odisha News

BREAKING NEWS

ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ସୋଶିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର

ଢ଼େଙ୍କାନାଳ: ଓଡିଶାର ବାର୍ଷିକ ମାଟ୍ରିକ ପରୀକ୍ଷାର ଏକ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶ୍ନପତ୍ର ଲିକ ହୋଇଥିବା ସନ୍ଦେହ ହୋଇଛି ।

ସୂଚନା ମୁତାବକ, ସୋମବାର ଦିନ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପରେ ପ୍ରଶ୍ନପତ୍ର ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କିଛି ଲୋକମାନେ ନିଜ ମୋବାଇଲରେ ସାମାଜିକ ପରୀକ୍ଷାର ସେଟ-ଏ ପ୍ରଶ୍ନପତ୍ର ପାଇଲେ ।

ତେବେ ଏହି ଘଟଣା ପରେ ବୋର୍ଡ କର୍ତ୍ତୃପକ୍ଷ କିମ୍ବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିନି ।

Leave A Reply

Your email address will not be published.