Latest Odisha News

BREAKING NEWS

ନିର୍ଭୟା ମାମଲା: ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶେଷରେ ବନ୍ଦ ହେଲା ସବୁ ବାଟ । ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ସୋମବାର ଅପରାହ୍ନରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ ।
ସେପଟେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ମଧ୍ୟ ଫାଶୀ ତାରିଖ ଘୁଂଚାଇବାକୁ ମନା କରିଦେଇଛନ୍ତି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ତେବେ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ଏକ ପ୍ରକାରର ସୁନିଶ୍ଚିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.