Latest Odisha News

ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ହୋମଗାର୍ଡଙ୍କ ମୃତ୍ୟୁ

ବାରିପଦା: ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।

ଦୁର୍ଘଟଣା ପରେ ୩ ଥର ଓଲଟିଥିଲା ପୋଲିସ ଗାଡି। ଉଦଳା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିବା ପରେ ପୋଲିସ ଗାଡ଼ି ଚୁର୍‌ମାର୍ ହୋଇଯାଇଛି। ଫଳରେ ଗାଡ଼ି ତଳେ ଚାପି ହୋଇ ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଗୁରୁତର ଆଇଆଇସି ଓ ଡ୍ରାଇଭର ବାରିପଦା ସ୍ଥାନାନ୍ତର କରାଯାଇଛି। ଅଳ୍ପକେ ବର୍ତ୍ତିଲେ ଅନ୍ୟ ଦୁଇ କର୍ମଚାରୀ। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.