Latest Odisha News

BREAKING NEWS

ଓଡ଼ିଶାରେ ୩ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୪.୭୯%

ଭୁବନେଶ୍ୱର: ଓଡ଼ିଶାରେ ଖସୁଛି କରୋନା ସଂକ୍ରମଣ । ପଜିଟିଭ୍ ହାର କମୁଛି । ଆକ୍ଟିଭ୍ କେସ୍ କ୍ରମାଗତ ହ୍ରାସ ପାଉଛି । ଆଜି ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୫୭ ନୂଆ ଆକ୍ରାନ୍ତ । ଏହି ସମୟରେ ୬୧ହଜାର ୬୦୮ କୋଭିଡ୍ ଟେଷ୍ଟ ହୋଇଛି । ଆଜି ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୭୯ପ୍ରତିଶତ ।

୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୧୬ଶହ ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୫୯ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୮, କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭ ଓ ପୁରୀରୁ ବାହାରିଛନ୍ତି ଆଉ ୨୧୯ ସଂକ୍ରମିତ ।

ସେହିପରି ଭଦ୍ରକରୁ ୧୯୨, ମୟୂରଭଞ୍ଜରୁ ୧୩୫, କେନ୍ଦ୍ରାପଡ଼ାରୁ ୧୧୬, ନୟାଗଡ଼ରୁ ୧୧୨, ଅନୁଗୋଳରୁ ୧୧୦, ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୩ ନୂଆ ପଜିଟିଭ୍ ।

ବାକି ୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଝାରସୁଗୁଡ଼ା ଜିଲ୍ଲାରୁ ସବୁଠୁ କମ୍ ୩ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୪୪ହଜାର ୮୦୧ । ଏବେ ରାଜ୍ୟରେ ୩୪ହଜାର ୯୬୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.