Latest Odisha News

BREAKING NEWS

ବ୍ରିଜ୍ ସହ ଧକ୍କା ହେବା ପରେ ବୁଡିଗଲା ଜାହାଜ, ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋର ହାର୍ବରରେ ଭୟଙ୍କର ଦୁର୍ଘଟଣା । ଗତକାଲି ରାତିରେ ଏକ ଜାହାଜ ଧକ୍କାରେ ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି । ବ୍ରିଜ୍ ଉପରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି କିଛି ଉଦ୍ଧାର ହୋଇଥିବାବେଳେ, ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି ।

ପୋଲରେ ଧକ୍କା ଖାଇଥିବା ଜାହାଜଟିରେ ସିଙ୍ଗାପୁରର ପତାକା ଲାଗିଛି । ଜାହାଜଟି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଯାଉଥିଲା । ଏଥିରେ ୨୨ଜଣ କ୍ର୍ୟୁ ସଦସ୍ୟ ଥିଲେ । ଏହି ସମସ୍ତ ସଦସ୍ୟ ଭାରତୀୟ ବୋଲି ଜଣାପଡିଛି । ସମସ୍ତେ ସୁରକ୍ଷିତ ଥିବା ଜାହାଜ କମ୍ପାନି ପକ୍ଷରୁ କୁହାଯାଇଛି ।

ଗତକାଲି ବ୍ରିଜରେ ଜାହାଜଟି ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ବ୍ରିଜର ବହୁ ଭଗ୍ନାବଶେଷ ଜାହଜ ଉପରେ ପଡ଼ିଥିବା ବେଳେ ସୌଭାଗ୍ୟବଶଃତ ସମସ୍ତ କ୍ରୁ ମେମ୍ବର ବଞ୍ଚି ଯାଇଥିବା ଜଣାଯାଇଛି ।

ଦୁର୍ଘଟଣାଗ୍ରସ୍ଥ ହୋଇଥିବା ୨.୬ କିମି ଲମ୍ବ ୪ ଲାଇନ ବିଶିଷ୍ଟ ଫ୍ରାନ୍ସିସ୍ ସ୍କଟ ବ୍ରିଜ୍ ଟି ପାଲପସ୍କୋ ନଦୀ ଉପରେ ରହିଥିଲା । ଏହା ୧୯୭୭ରୁ କାର୍ଯ୍ୟକ୍ଷମ ହୋଇଥିଲା । ଏଥିରେ ପ୍ରତିବର୍ଷ ୧୧ ମିଲିୟନରୁ ଅଧିକ ଗାଡ଼ି ଚଳାଚଳ କରନ୍ତି । ଏହି ବ୍ରିଜ୍ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ ଭାବେ ଏହା ଜଣାଶୁଣା ।

Leave A Reply

Your email address will not be published.