Latest Odisha News

BREAKING NEWS

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୫ ଚୀନ୍ ନାଗରିକ ମୃତ

ଇସଲାମାବାଦ: ପାକିସ୍ତାନରେ ବଡ଼ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ, ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ସମସ୍ତ ଚୀନ ନାଗରିକମାନେ ଇଞ୍ଜିନିୟର ଥିଲେ । ସେମାନେ ପାକିସ୍ତାନରେ ଚାଲୁଥିବା ଏକ ପ୍ରୋଜେକ୍ଟରେ କାମ କରୁଥିଲେ ।

ଖବର ମୁତାବକ, ଗତକାଲି ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଇସଲାମବାଦ ରୁ ଚୀନର କିଛି ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଦାସୁ ଅଭିମୁଖେ ଯାଉଥିବା ଏକ କାର୍ ଉପରକୁ ହଠାତ୍ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ।

ଯେଉଁଥିରେ ୫ ଚୀନ ନାଗରିକଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗାଡ଼ିରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଗାଡିର ଡ୍ରାଇଭର ଜଣେ ପାକିସ୍ତାନୀ ନାଗରିକ ଥିବା ଜଣାପଡିଛି । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାଁନ୍ତି ।

ଚୀନର ଏକ କମ୍ପାନୀ ଏକ ହାଇଡ୍ରୋ-ଇଲେକ୍ଟ୍ରିକ ପ୍ରକଳ୍ପ ନିର୍ମାଣ ଜାରି ରଖିଛି । ଇଞ୍ଜିନିୟର୍ସଙ୍କ ଏହି ଟିମ୍ ସେହି ପ୍ରକଳ୍ପର ଅଂଶ ଥିବା ନେଇ ମଧ୍ୟ ଜଣାପଡିଛି ।

ଘଟଣାରେ ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ ଆକ୍ରମଣକୁ ନିନ୍ଦା କରିବା ସହ ମୃତ ଚୀନ୍ ନାଗରିକଙ୍କ ପ୍ରରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହି ଆକ୍ରମଣ ପାକିସ୍ତାନ-ଚୀନର ସୁସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।

ତେବେ ୨୦୨୧ରେ ମଧ୍ୟ ଏପରି ଏକ ଆତ୍ମଘାତୀ ଆକ୍ରମଣ ଘଟିଥିଲା । ଏଥିରେ ୯ ଜଣ ଚୀନ୍ ନାଗରିକଙ୍କ ସମେତ ମୋଟ୍ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.