Latest Odisha News

BREAKING NEWS

ଜାଣନ୍ତିକି, ଆମେରିକାର ଜାତୀୟ ପତାକା ଡିଜାଇନ କରିଥିଲା ଏକ ସ୍କୁଲପିଲା!

ଜାତୀୟ ପତାକା ଗୋଟେ ଦେଶର ପରିଚୟ ହୋଇଥାଏ । ଏହାସହ ଯୋଡି ରହିଥାଏ ଦେଶର ଗୌରବମୟ ଇତିହାସ । ନିଜ ଦେଶର ଜାତୀୟ ପତାକା ପାଇଁ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଭରିଥାଏ ଅଜସ୍ର ସମ୍ମାନ ଓ ଶ୍ରଦ୍ଧା ।

ମାତ୍ର ଆପଣ ଜାଣନ୍ତି କି ଆମେରିକା ଭଳି ଏକ ବିଶାଳ ରାଷ୍ଟ୍ରର ଜାତୀୟ ପତାକା ଡ଼ିଜାଇନ କରିଥିଲା ଏକ ସ୍କୁଲ ପିଲା!

୧୯୫୮ ମସିହାରେ ବବ୍ ହେପ୍ଟ ନାମକ ଏକ ବାଳକ ନିଜ ଇତିହାସ କ୍ଲାସ ପ୍ରୋଜେକ୍ଟ ପାଇଁ ଜାତୀୟ ପତାକାର ଏହି ଡିଜାଇନ ତିଆରି କରିଥିଲା । ଏତେ ସୁନ୍ଦର ଡିଜାଇନ କରିବାପରେ ମଧ୍ୟ ଶିକ୍ଷକ ତାଙ୍କୁ ବି’ ଗ୍ରେଡ ଦେଇଥିଲେ । ଯାହାକୁ ନେଇ ବବ୍ ଏତେଟା ଖୁସି ନଥିଲେ ।

ବବ୍ କରିଥିବା ଏହି ଡିଜାଇନ ଦିନେ ରାଷ୍ଟ୍ରର ଜାତୀୟ ପତାକା ହୋଇଯିବ, ତାହା ସେ କେବେ ବି ଭାବି ନଥିବେ । ପରେ ଏହି ଡ଼ିଜାଇନରେ କିଛିଟା ପରିବର୍ତ୍ତନ ଅଣାଯାଇ ଏହାକୁ ଆମେରିକାର ଜାତୀୟ ପତାକା କରାଯାଇଥିଲା ।

Comments are closed.