Latest Odisha News

BREAKING NEWS

ପୁଣି ଟିମ୍ ଇଣ୍ଡିଆ କୋଚ୍ ପଦବୀରେ ରହିଲେ ରବି ଶାସ୍ତ୍ରୀ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍ ରବି ଶାସ୍ତ୍ରୀ ପୁନର୍ବାର ଭାରତୀୟ କ୍ରିକେଟ ଦଳର କୋଚ୍ ପଦବୀରେ ରହିଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚୟନ ବୈଠକରେ ଏହା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିସିସିଆଇର ଉପଦେଷ୍ଟା କମିଟି (ସିଏସି) ର ସଦସ୍ୟ କପିଳ ଦେବ, ଅଂଶୁମାନ ଗାଏକୱାଡ଼ ଏବଂ ସନ୍ଥ ରଙ୍ଗସ୍ୱାମୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ରବୀ ଶାସ୍ତ୍ରୀଙ୍କ ବ୍ୟତୀତ ଏହି ଟିମ୍ ଇଣ୍ଡିଆର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ମାଇକ୍ ହେସନ, ରବିନ ସିଂହ, ଟମ୍ ମୁଡ଼ି ଏବଂ ଲାଲଚାନ୍ଦ ରାଜପୁତ ମଧ୍ୟ ଆବେଦନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ବିଶ୍ୱକପ ୨୦୧୯ ପରେ ହିଁ ରବି ଶାସ୍ତ୍ରୀଙ୍କ ଏହି ପଦବୀର କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲା ।

Leave A Reply

Your email address will not be published.