Latest Odisha News

BREAKING NEWS

America Plane Crash: ଆମେରିକାରେ ଭୟଙ୍କର ପ୍ଲେନ୍ କ୍ରାସ, ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ

ୱାଶିଂଟନ: ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ। ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ। ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲେନ୍ କ୍ରାସ ହୋଇଥିବା ସୂଚନା ମିଳିଛି। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନ ଦୁର୍ଘଟଣା ହୋଇଛି। ପ୍ଲେନରେ ଥିଲା ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ।

ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍ MD-11 ମାଲବାହୀ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ। ପ୍ଲେନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଥିଲା।

ଦୁର୍ଘଟଣା ପରେ ପ୍ଲେନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡିଥିଲା। ପରେ ବଡ଼ ବିସ୍ପୋରଣ ହୋଇଥିବା ବେଳେ କେଣ୍ଟୁକି ପେଟ୍ରୋଲିୟମ ରିସାଇକ୍ଲିଂ ଏବଂ ଗ୍ରେଡ୍ A ଅଟୋ ପାର୍ଟସ୍ ସମେତ ବିଭିନ୍ନ ଶିଳ୍ପ କାରଖାନାକୁ ନିଆଁ ବ୍ୟାପିଥିଲା। ଦୁର୍ଘଟଣା ପୂର୍ବରୁ ବିମାନକୁ ଉପରକୁ ଉଠାଇବାକୁ ଉଦ୍ୟମ କରିଥିଲେ ପାଇଲଟ। ହେଲେ ଶେଷ ମୁହୂର୍ତ୍ତରେ ବିମାନ ଉପରେ ନିୟନ୍ତ୍ରଣ ପାଇନଥିଲେ ପାଇଲଟ। ତେବେ ଦୁର୍ଘଟଣାରେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କହିଛନ୍ତି କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିୟର।

Comments are closed.