ଦିଲ୍ଲୀ : ଋଷ୍ ର ରାଷ୍ଟ୍ରପତି ଭ୍ଲାନ୍ଦମୀର ପୁଟିନଙ୍କୁ ଆମେରିକା ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହମ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସେ ବ୍ରୁଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନବର୍ଗଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜୁଲିୟସ କେସର ଜଣେ ରୋମୀୟ ଜେନେରାଲ ଯିଏକି ବ୍ରୁଟସ୍ ଦ୍ୱାରା ହତ୍ୟା କରାଯାଇଥିଲା । ଜର୍ମାନ ସେନା ଅଧିକାରୀ କର୍ଣ୍ଣେଲ ଷ୍ଟାଫେନବର୍ଗ ଜୁଲାଇ ୨୦, ୧୯୪୪ ରେ ଆଡଲଫ ହିଟଲରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗୋଟିଏ ପରେ ଗୋଟିଏ ଟ୍ୱିଟରେ ଗ୍ରାହାମ କହିଛନ୍ତି ।
ରୁଷରେ ବ୍ରୁଟସ୍ ଅଛନ୍ତି କି ? ରୁଷର ସୈନ୍ୟବାହିନୀରେ କର୍ଣ୍ଣେଲ ଷ୍ଟାଫେନବର୍ଗ ଅଛନ୍ତି କି ? ସେ କହିଛନ୍ତି ଯେ, “କେବଳ ରୁଷର ଲୋକମାନେ ଏହାକୁ ଠିକ କରିପାରିବେ । ଯଦି ଆପଣ ଆପଣଙ୍କ ଶେଷ ଜୀବନକୁ ଅନ୍ଧାରରେ ରଖିବାକୁ ଚାହୁଁନାହାନ୍ତି, ଘୋର ଗରିବୀରୁ ନିଜକୁ ପୃଥକ ରଖିବାକୁ ଚାହୁଁଛନ୍ତି ତେବେ କାହାକୁ ନା କାହାକୁ ଏହି ପଦକ୍ଷେପ ନେବାକୁ ପଡିବ ।
Comments are closed.