Latest Odisha News

ପନ୍ତଙ୍କ ବିଶ୍ୱକପ ଖେଳିବା ସମ୍ଭାବନା ଉଜ୍ଜୀବୀତ

ନୂଆଦିଲ୍ଲୀ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦ୍ରୁତ ଆରୋଗ୍ୟ ହେବାରେ ଲାଗିଛନ୍ତି । ନ୍ୟାଶନାଲ କ୍ରିକେଟ ଏକାଡେମୀରେ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ପନ୍ତଙ୍କ ଆଉ କୌଣସି ଅପରେଶନର ଆବଶ୍ୟକତା ନାହିଁ ଏନସିଏ ପକ୍ଷରୁ ତାଙ୍କ ଉପରେ ନଜର ରଖିଥିବା ଡାକ୍ତର କହିଛନ୍ତି । ସେ ଏବେ କୌଣସି ସାହାଯ୍ୟ ବିନା ଚଲାବୁଲା କରିବା ସହ ହାଲକା ଶାରୀରିକ ଶ୍ରମ ମଧ୍ୟ କରୁଛନ୍ତି । ପ୍ରାୟ ୧ ମାସ ତଳେ ସେ ବିନା ସହାୟତାରେ ଚାଲୁଥିବା ଭିଡିଓ ଶେୟାର କରିଥିଲେ । ବିସିସିଆଇ ପନ୍ତଙ୍କୁ ବିଶ୍ୱକପ ଟିମରେ ନେବା ପାଇଁ ଆଗ୍ରହୀ ଅଛି ।

ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଯିବେ ତାହାହେଲେ ଏଥିନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଜନୈକ ଅଧିକାରୀ କହିଛନ୍ତି । ୨ଜଣ ଫିଜିଓ ପନ୍ତଙ୍କୁ ସମ୍ପୂର୍ଣ୍ଣ ଫିଟ କରାଇବାରେ ଲାଗି ପଡିଛନ୍ତି । ଗତ ବର୍ଷ ୩୦ ଡିସେମ୍ବରରେ ମାଆଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀରୁ ଡେରାଡୁନ ଆସୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ମୁଣ୍ଡ, ପିଠି ଓ ପାଦରେ ଗୁରୁତର ଆଘାତ ଲାଗିଥିଲା ।

Leave A Reply

Your email address will not be published.