ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ ଦିଲ୍ଲୀରୁ ଆସିଛି ଆମେରିକା ଡ୍ରିଲିଂ ମେସିନ । ଏହି ମେସିନ ସୁଡଙ୍ଗରେ ଫିଟିଂ ହୋଇ ଯାଇଛି । ଡ୍ରିଲିଂ କାମ ଖୁବ ଶୀଘ୍ର ଆରମ୍ଭ ହୋଇଯିବ । ସେପଟେ ସୁଡଙ୍ଗରୁ ଆବର୍ଜନାକୁ କାଢିବା ପାଇଁ ଅବିରତ ଚେଷ୍ଟା ଚାଲିଛି ।
ଆମେରିକାର ଏହି ଦୁଇଟି ବିରାଟ ଡ୍ରିଲିଂମେସିନକୁ ଦୁଇଟି ହର୍କୁଲାସ ସି-୧୩୦ ବିମାନରେ ଦିଲ୍ଲୀରୁ ଉତ୍ତରକାଶୀ ଅଣାଯାଇଛି । ଏହି ମେସିନ ତିନୋଟି ପାର୍ଟ ଅଲଗା ଅଲଗା ଥିଲା । ତାହାକୁ ଏକାଠି କରି କାମ ଆରମ୍ଭ ହୋଇଛି । ଏଥିମଧ୍ୟରେ ଏନଏଚଆଇଡିସି ନିର୍ଦ୍ଦେଶକ ଅଂଶୁ ମନୀଷ କହିଛନ୍ତି, ଶ୍ରମିକଙ୍କୁ ବାହାର କରିବାକୁ ଆହୁରି ଦୀର୍ଘ ସମୟ ଲାଗି ପାରେ ।
ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କ ସହ ୱାକିଟକି ସାହାଯ୍ୟରେ ଯୋଗାଯୋଗ ହେଉଛି । ପାଇପ ସାହାଯ୍ୟରେ ଲଗାତାର ଅକ୍ସିଜେନ, ଖାଦ୍ୟ,ପାନୀୟ ଏବଂ ଔଷଧ ଯୋଗାଇ ଦିଆ ଯାଉଛି ।
ଧ୍ୱଂସସ୍ତୁପ ଭିତରେ ଡ୍ରିଲିଂକରିବା ଉଦ୍ୟମ ବିଫଳ ହୋଇଥିଲା । ଏହା ପରେ ଦିଲ୍ଲୀରୁ ଆହୁରି ବଡ ମେସିନ ଉତ୍ତରକାଶୀକୁ ଅଣା ଯାଇଥିଲା । ବାୟୁସେନାର ହର୍କୁଲିସ ବିମାନରେ ଆଜି ଆସି ଉତ୍ତରକାଶୀରେ ପହଞ୍ଚିଛ । ଏହି ମେସିନ ସୁଡଙ୍ଗ ପାଖରେ ପହଞ୍ଚିଛି । ଏହି ମେସିନ ଦ୍ୱାରା ଧ୍ୱଂସସ୍ତୁପକୁ ହଟାଇ ଷ୍ଟିଲ ପାଇପକୁ ଶ୍ରମିକଙ୍କ ପାଖରେ ପହଞ୍ଚାଇବ । ତେବେ ଏହି ମେସିନ ଘଣ୍ଟାକରେ ୫ ମିଟର ଡ୍ରିଲ କରିପାରିବ । ଶ୍ରମିକମାନେ ପ୍ରାୟ ୫୦ରୁ ୬୦ ମିଟର ସ୍ତୁପର ଆରପଟେ ଫସି ରହିଛନ୍ତି । ତେବେ ବିଳମ୍ବରେ ହେଉ ପଛେ ଶ୍ରମିକଙ୍କୁ ବାହାରକୁ ଆଣିବାର ଆଶା ଉଜ୍ଜ୍ୱଳ ହୋଇଛି ।
ତେବେ ଶ୍ରମିକଙ୍କ ପରିବାର ଲୋକେ ଏବଂ ସହକର୍ମୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ସେମାନେ ହତାଶ ହୋଇ ପଡିଲେଣି । କାମକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.