Latest Odisha News

BREAKING NEWS

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା,ଖଡ୍‌ଗ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ।

ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ଆଦିଶକ୍ତି ମା’ ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ । ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି । ଆସନ୍ତାକାଲି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ୱତୀ ବେଶରେ ଦର୍ଶନ ଦେବେ ଏବଂ ଶନିବାର ଦିନ ମାଆଙ୍କର ମହାଲକ୍ଷ୍ମୀ ବେଶ ସହିତ ବିଶ୍ୱଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି ହେବ ।

 

 

 

 

Leave A Reply

Your email address will not be published.