Latest Odisha News

ମହଙ୍ଗା ପଡିଲା ଲାଞ୍ଚ ନେବା, ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ

ଯାଜପୁର: ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ଯାଜପୁର ବ୍ଲକ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଗିରଫ । ପେନସନ ଟଙ୍କା କରାଇ ଦେବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ କିରାଣୀ ।

ସୂଚନା ଅନୁସାରେ, ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ଅବସପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ପେନସନ୍, ଗ୍ରାଚୁଟି ଆଦିର ସମସ୍ତ କାଗଜପତ୍ର କରାଇଦେବାକୁ ମହେଶ୍ୱର ୭୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଅବସପ୍ରାପ୍ତ ଶିକ୍ଷକ ଯାଜପୁର ଭିଜିଲାନ୍ସ ବିଭାଗର ସାହାଯ୍ୟ ଲୋଡିଥିଲେ । ଆଜି ଯାଜପୁର ଭିଜିଲାନ୍ସ ଡିଏସପି ଶୁଶିଲ ଏକାଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ପୂର୍ବ ଯୋଜନା ମୁତାବକ ନିରଞ୍ଜନଙ୍କ ଠାରୁ ୪୦୦୦ ଲାଞ୍ଚ ନେଉଥିବା ସମୟ ରେ କିରାଣୀ ମହେଶ୍ୱରଙ୍କୁ ଧରିଥିଲେ । ମହେଶ୍ୱରଙ୍କୁ ଗିରଫ କରି ପଚରାଉଚରା କରିବା ସହ ତାଙ୍କ ଭଡ଼ାଘର ଏବଂ ବାସଭବନ ରେ ଭିଜିଲାନ୍ସ ପକ୍ଷରୁ ରେଡ ଜାରି ରହିଛି।

Leave A Reply

Your email address will not be published.