Latest Odisha News

BREAKING NEWS

ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା

ଆମେଠି: ଆମେଠିରୁ କଂଗ୍ରେସ ପ୍ରାର୍ଥୀ ଭାବେ ଦଳ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି । ତେବେ ଟିକେଟ୍‌ ମିଳିବା ପରେ ତାଙ୍କର ଏକ ବୟାନ ସାମ୍ନକୁ ଆସିଛି । ଯେଉଁଥିରେ ସେ କହିଛନ୍ତି, ମୁଁ ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ।

BjdElectrycity

ସେ ଆହୁରି କହିଛନ୍ତି, ପୂର୍ବରୁ ଆମେଠିରୁ କିଏ ଲଢିବ ତାହା ସ୍ଥିର କରାଯାଇ ନ ଥିଲା। ଏହି ନିଷ୍ପତ୍ତି ଶୀର୍ଷ ନେତୃତ୍ୱଙ୍କର ଥିଲା । ମୁଁ ଏଠାରେ ଗାନ୍ଧୀ ପରିବାର ପାଖରେ ଚାକିରି କରୁନାହିଁ। ମୁଁ ଜଣେ ନେତା। କଂଗ୍ରେସ ଠାରୁ କୌଣସି ଦରମା ନେଉନାହିଁ । କାରଣ ମୁଁ କେବଳ ଜଣେ ନେତା। ୧୯୮୩ରେ ଯୁବ କଂଗ୍ରେସ ସମୟରେ ମୁଁ ଏଠାକୁ ଆସିଥିଲି।

ଏହି ପ୍ରଶ୍ନଉତ୍ତର ମଧ୍ୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ରାହୁଲ ଗାନ୍ଧୀ ପ୍ରଥମେ ଆମେଠିରୁ ୱାୟନାଡ ଯାଇଥିଲେ ପରେ ରାଏବରେଲୀ ଆସିଲେ, ଏ ବିଷୟରେ କ’ଣ କହିବେ? ଉତ୍ତରରେ କେ. ଏଲ ଶର୍ମା କହିଥିଲେ ଯେ, ଆମେଠିରୁ କିଏ ଲଢିବ ଏ ସମ୍ପର୍କରେ କେହି ଜାଣି ନ ଥିଲେ। କିନ୍ତୁ ଏବେ ମୋତେ ଟିକେଟ୍‌ ମିଳିବା ପରେ ବର୍ତ୍ତମାନ ମୁଁ ସ୍ମୃତି ଇରାନୀ ବିରୋଧରେ ଲଢିବି ଏବଂ ରାଙ୍କୁ ପରାଜିତ ମଧ୍ୟ କରିବି ।

Leave A Reply

Your email address will not be published.