Latest Odisha News

BREAKING NEWS

ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ହୋଟେଲ ମେ ଫେୟାରରେ ପହଞ୍ଚିଛନ୍ତି ନଡ୍ଡା । ଆଜି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ ନଡ୍ଡା । ଏଥିସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ନଡ୍ଡା। ବିଜେପି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ, ସେନେଇ ବାର୍ତ୍ତା ଦେବେ । ଗତ ୮ ଦିନ ଭିତରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ପୂର୍ବରୁ ଗତ ୨୮ ତାରିଖରେ ସେ ବ୍ରହ୍ମପୁର ଯାଇଥିଲେ। ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ନଡ୍ଡା।

BjdElectrycity

ଅନ୍ୟପଟେ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଭଳି ମୋଦୀଙ୍କ ଗସ୍ତ ପରେ ୮ ତାରିଖ ଦିନ ଓଡ଼ିଶା ଆସିବେ ରାଜନାଥ ସିଂହ । ତାର ୩ ଦିନ ପରେ ଅର୍ଥାତ ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତେବେ ଆଜି ସନ୍ଧ୍ୟାରେ ମୋଦୀ ଆସିବା ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କ୍ୟାମ୍ପେନିଂ କରିବେ । ସେହିଭଳି ୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

Leave A Reply

Your email address will not be published.