Latest Odisha News

BREAKING NEWS

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିଲେ କୌଣସି ଅସୁବିଧା ହେବନି: ଆମିକସ କ୍ୟୁରି

କୋଣାର୍କ: ଓଡ଼ିଆଙ୍କ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିର । ବାଲି କାଢ଼ିବା ନେଇ ଏଏସଆଇ ନିଷ୍ପତ୍ତି ନେବା ପରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଏନ.କେ ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଆଉ ଏଏସଆଇ ବାଲି କାଢିବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ଅନୁଧ୍ୟାନ କରିଛନ୍ତି। ଏହାପରେ ସେ କହିଛନ୍ତି ଏଏସଆଇ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି । ଏପରିକି ବାଲି କଢ଼ାଯିବା ପରେ ମନ୍ଦିର ପ୍ରତି ବିପଦ ନଥିବା ସେ କହିଛନ୍ତି।

BjdElectrycity

ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି କାଢ଼ିବା ପାଇଁ ନିଷ୍ପତ୍ତି ହେବାପରେ ଏବେ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ପାଇଛି। ତେଣୁ ଏଏସଆଇ ବାଲି କାଢିବା ନିଷ୍ପତ୍ତି ସଠିକ ତ ବୋଲି ସାଧାରଣରେ ଗୋଟିଏ ପ୍ରଶ୍ନ ଉଠିଛି। ଆମିକସ କ୍ୟୁରି ଗଚକାଲି ଗସ୍ତ କରିବା ପରେ ଏଏସଆଇର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଟିମ୍ ଉପସ୍ଥିତ ଥିଲେ।

ସେହିପରି ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ତଥା ବୈଷୟିକ କମିଟିର ପରାମର୍ଶଦାତା ଏନ୍‌ସି ପାଲ ମଧ୍ୟ ସୂର୍ଯ୍ୟ ମନ୍ଦିରର ମୁଖଶାଳା ପରଖିଛନ୍ତି। ଏଏସ୍‌ଆଇ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ମନ୍ଦିର ସୁରକ୍ଷା ଦିଗରେ ବୋଲି ସେ କହିଛନ୍ତି। ମନ୍ଦିରର ସ୍ଥିତାବସ୍ଥା ପାଇଁ ସମସ୍ତ ପଦକ୍ଷେପ ନେଇଛି ଏଏସଆଇ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବହୁ ପୁରାତନ ସୂର୍ଯ୍ୟମନ୍ଦିର । ଏହା ଅସୁରକ୍ଷିତ ହୋଇପଡ଼ିବାରୁ ୧୯୦୩ ମସିହାରେ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରାଇ ତିନି ପ୍ରବେଶ ଦ୍ବାରକୁ ବନ୍ଦ କରି ଦେଇଥିଲେ। ସୂର୍ଯ୍ୟମନ୍ଦିର ମୁଖଶାଳାରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ ଟନ୍‌ ବାଲି ମଧ୍ୟରୁ ୧୭ ଫୁଟ ବାଲି ଦବିଥିବା ନେଇ ପୂର୍ବରୁ ଉଭୟ ଆମିକସ୍‌ କ୍ୟୁରି ଓ ବୈଷୟିକ କମିଟି ମଧ୍ୟ ରିପୋର୍ଟ ଦେଇଥିଲେ। ୨୦୧୯ ମସିହାରେ ହାଇକୋର୍ଟ ଗର୍ଭଗୃହରୁ ବାଲି କାଢ଼ିବାକୁ ଆଦେଶ ଦେବା ପରେ ପ୍ରତ୍ନତତ୍ତ୍ବ ବିଭାଗ ବାଲି କାଢ଼ିବା ପାଇଁ ସେପ୍ଟେମ୍ବର ୯ରୁ ପ୍ରକ୍ରିୟା ଆରମ୍ଭ କରିଛି।

Leave A Reply

Your email address will not be published.