Latest Odisha News

BREAKING NEWS

କିଛି ଦେଶରେ ଏବେବି ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଏବେ ଯାଏଁ କିଛି ଦେଶରେ ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି ବୋଲି ମଙ୍ଗଳବାର ଦିନ କହିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ସେସବୁ ଦେଶ ପ୍ରତିବନ୍ଧକ ହଟାଇଲେ ବିମାନ ଚଳାଚଳ ପାଇଁ ପ୍ରସ୍ତୁତି କରାଯିବ ବୋଲି ସେ କହିଛନ୍ତି ।

ଟ୍ୱିଟ୍ ଯୋଗେ ମନ୍ତ୍ରୀ କହିଛନ୍ତି ଯେ ଆମେ ୨୦୨୦ ମସିହା ମେ ମାସ ୬ ତାରିଖରୁ ବନ୍ଦେ ଭାରତ ମିଶନ ଅଧିନରେ ଅନ୍ତଃରାଷ୍ଟ୍ରୀୟ ଉଡାଣର ପରିଚାଳନା କରୁଛୁ । ହେଲେ ଗଲ୍ଫ କ୍ଷେତ୍ର ଭଳି କିଛି ଅନ୍ୟ ଦେଶ ଏଯାବତ୍ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ହଟାଇ ନାହାଁନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୩ ତାରିଖରେ କରୋନା ମହାମାରୀ ଯୋଗୁଁ ନିୟମିତ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ସ୍ଥଗିତ କରାଯାଇଥିଲା ।

Leave A Reply

Your email address will not be published.