Latest Odisha News

ତୃତୀୟ ଦିନରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ବିନା ଭକ୍ତରେ ଚାଲିଛି ମା’ଙ୍କ ଆରାଧନା

ଢେଙ୍କାନାଳ: ନାଅଛି ଲାଇଟ ନା ତୋରଣ।କୋଭିଡ କଟକଣା ଭିତରେ ଚାଲିଛି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା। ତୃତୀୟ ଦିନ ରେ ପହଂଚିଛି ବିଶ୍ୱ ପ୍ରସିଦ୍ଧ ଢେ଼ଙ୍କାନାଳର ଗଜଲଷ୍ମୀ ପୂଜା। ନାହିଁ ତୋରଣ, ନାହିଁ ଆଲୋକ ସଜା, ନାହିଁ ଭକ୍ତଙ୍କ ଭିଡ଼, ଶୁଭୁନି ହରିବୋଲ ହୁଳହୁଳି। ତଥାପି ୪ କାନ୍ଥ ମଧ୍ୟରେ ପୂଜା ପାଉଛନ୍ତି ମା ଲଷ୍ମୀ। ଢେ଼ଙ୍କାନାଳ ସହରରେ ୩୮ ଟି ମଣ୍ଡପରେ ରେ ପୂଜା ପାଉଛନ୍ତି ମା ଲଷ୍ମୀ। ଶହ ଶହ ବର୍ଷର ପରମ୍ପରା କୁ ବଜାଇ ରଖି ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ପାଳିତ ହେଉଛି ମାଆ ଗଜଲଷ୍ମୀଙ୍କ ପୂଜା।

ମା ଙ୍କୁ ଦର୍ଶନ ନକରିପାରି ଭକ୍ତ ହେଇଯାଉଛନ୍ତି ଭାବ ବିହ୍ଵଳ।ତଥାପି ପରିସ୍ଥିତି କୁ ବୁଝି ନିଜ ମନକୁ ବୁଝାଇବାକୁ ଚେଷ୍ଟା କରିଛି ଭକ୍ତ। ଆଉ ପରଦା ପଛରେ ଥାଇ ମା ଙ୍କୁ ଡାକୁଛି ଏ ମହାମାରୀ କିପରି ସଂସାରରୁ ଦୂର ହୋଇଯାଉ।

ବେଶ ଆଡମ୍ବର ରେ ପୂଜା ନହେଲେ ସୁଦ୍ଧା ବିଶେଷ କରି ମିନା ବଜାର ,ଗଣେଶ ବଜାର,ଲଷ୍ମୀ ବଜାର,ର ଚାନ୍ଦୀ ମେଢ଼ ଓ ସୁନା ଅଳଙ୍କାର ମା ଙ୍କୁ ବେଶ ରମଣୀୟ କରିଛି।ଯାହାକୁ ଭକ୍ତ ଦେଖି ନପାରି ଦୁଃଖ ପ୍ରକାଶ କରିଛନ୍ତି।ଏପଟେ ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକ ପ୍ରତେକ ଦିନ ସାନିଟାଇଜେଶନ କରାଯାଉଛି। ପ୍ରତେକ ମଣ୍ଡପ ଆଗରେ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି।କୋଭିଡ ନିୟମ କୁ ଆଖି ଆଗରେ ରଖି ପୂଜା ମଣ୍ଡପ ଆଗରେ ପରଦା ପଡିବା ସହିତ ସର୍ବମୋଟ ୭ ଜଣ ମଣ୍ଡପ ରେ ଉପସ୍ଥିତ ରହୁଛନ୍ତି।ଆସନ୍ତା ୯ ତାରିଖ ରେ ନିରାଡ଼ମ୍ବର ସହକାରେ ୩୮ ଟି ପୂଜା ମଣ୍ଡପ ଭାଷାଣି କାର୍ଯ୍ୟକ୍ରମ କରିବେ ବୋଲି କହିଛନ୍ତି ମିଳିତ ବଜାର ପୂଜା କମିଟି ସଭାପତି।

Leave A Reply

Your email address will not be published.