Latest Odisha News

BREAKING NEWS

ବଲିଉଡ ଅଭିନେତା ବିଜୟ ରାଜ ଗିରଫ !

ମୁମ୍ବାଇ: ବେଶ କିଛିଦିନ ପୂର୍ବରୁ ଫ୍ୟାନମାନଙ୍କୁ ଡାକିଡାକି ଫଟୋ ଉଠାଇବା ନେଇ ଚର୍ଚ୍ଚାରେ ରହିଥିଲେ । ହେଲେ ଏବେ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ପାଇଁ ଅପମାନ ମୁଣ୍ଡାଇଛନ୍ତି ବଲିଉଡ ଅଭିନେତା ବିଜୟ ରାଜ । ଅଭିଯୋଗକୁ ଭିତ୍ତି କରି ମହାରାଷ୍ଟ୍ରର ଗୋଣ୍ଡିଆ ପୋଲିସ ତାଙ୍କୁ ଗିରଫ କରିଥିଲା ।

ରିପୋର୍ଟ ଅନୁଯାୟୀ ଏକ ହୋଟଲେରୁ ବିଜୟ ରାଜଙ୍କୁ ପୋଲିସ ହେପାଜତକୁ ନେଇଥିଲା । ମଧ୍ୟପ୍ରଦେଶରେ ଫିଲ୍ମ ଶେରନୀର ସୁଟିଂ ସମୟରେ ସେ ଜଣେ ମହିଳା କ୍ରିଉ ମେମ୍ବରଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି ।

ମଧ୍ୟପ୍ରଦେଶରେ ବିଜୟ ରାଜଙ୍କ ଦ୍ୱାରା ଅଭଦ୍ରାମୀର ଶିକାର ହେବା ପରେ ମହିଳା କ୍ରିଉ ମେମ୍ବର ଜଣକ ମହାରାଷ୍ଟ୍ର ଫେରିବା ପରେ ପୋଲିସରେ ଏତଲା ଦେଇଥିଲେ । ତେବେ ଗିରଫ ହେବା ପରେ ଅଭିନେତା ବିଜୟ ରାଜ ବେଲରେ ମୁକୁଳିଥିବା ଜଣାପଡିଛି ।

Leave A Reply

Your email address will not be published.