ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ର ଶେଷ ବିଧି ପହୁଡ଼ ପଡ଼ିବାକୁ ଯାଉଛି । ଠିକ ଏହା ପୂର୍ବରୁ ପ୍ରଭୁମାନଙ୍କୁ ବଡ଼ ସିଂହାର ବେଶରେ ସଜାଇ ଦିଆଯାଇଛି । ସ୍ୱତନ୍ତ୍ର ପୁଷ୍ପ ଅଳଙ୍କାର ପିନ୍ଧି ଶ୍ରୀଜୀଉମାନେ ଏତେ ଶୋଭାମୟ ଦିଶୁଛନ୍ତି ଯେ, ଭକ୍ତ ଗାଇଉଠୁଛି “ଶୋଭା ବଡ଼ ସିଂହାର ବେଶ, ହେ ଜଗଦୀଶ ” । ପ୍ରଭୁ କିନ୍ତୁ ଗୀତ ଗୋବିନ୍ଦ ଶୁଣି ଶୁଣି ବିଭୋର ସେବକମାନେ ସେବାରେ ତତ୍ପର ପହୁଡ଼ :-ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ରାତ୍ର ପହୁଡ଼ର ସଠିକ ସମୟ ହେଲା ରାତ୍ର ୧୧ : ୪୫ ରୁ ରାତ୍ର ୧୨ ଘଣ୍ଟା। ବଡ଼ ସିଂହାର ଭୋଗ ସରିବା ପରେ ରତ୍ନ ପଲଙ୍କଗୁଡିକୁ ଠାକୁରମାନଙ୍କ ସମ୍ମୁଖରେ ରଖାଯାଏ । ଏହା ପରେ ଭଣ୍ଡାର ଘରୁ ଶୟନ ଠାକୁରଙ୍କୁ ଅଣାଯାଇ ତାହାଙ୍କୁ ମଧ୍ଯ ଚନ୍ଦନଲାଗି କରାଯାଏ ଓ ରତ୍ନ ସିଂହାସନ ଉପରେ ଶ୍ରୀଜଗନ୍ନାଥଙ୍କ ପାର୍ଶ୍ୱରେ ସ୍ଥାପନ କାରାଯାଏ ଓ ଶ୍ରୀଜଗନ୍ନାଥଙ୍କ ଅଙ୍ଗ ଲାଗି ମାଳ ପିନ୍ଧାଯାଏ। ତିନି ବାଡ଼ର ତିନୋଟି ଖଟ ଶେଜ ସଜାଇ ରଖାଯାଏ। ବର୍ତ୍ତମାନ ମନରେ ଉତ୍କଣ୍ଠା ହେଲାଣି ଏ ଶୟନ ଠାକୁର କିଏ। ଏହି ଶୟନ ଠାକୁର ହେଲେ ସୁବର୍ଣ୍ଣରେ ନିର୍ମିତ୍ତ ନାରାୟଣ ଓ ଲଷ୍ମୀଙ୍କ ମିଳିତ ମୂର୍ତ୍ତି। ଏହି ମୂର୍ତ୍ତି ଅଷ୍ଠଭୁଜ ବିଶିଷ୍ଟ ଅଟନ୍ତି। ପ୍ରତିଦିନ ପାଳିଆ ପୁଷ୍ପାଳକ ଏହି ରାତ୍ର ପହୁଡ଼ ସମୟରେ ଭଣ୍ଡାର ମେକାପଙ୍କଠାରୁ ଭଣ୍ଡାର ଘରୁ ଏହାଙ୍କୁ ପହୁଡ଼ ନୀତି ପାଇଁ ଆଣିଥାନ୍ତି। ଆଗରୁ ବର୍ଣନା ପ୍ରକାରେ ଶ୍ରୀଜଗନ୍ନାଥଙ୍କ ମାଳ ପାଇବା ପରେ ଶ୍ରୀଜୀଉମାନଙ୍କ ବିଡ଼ିଆ ଓ ପଇଡ଼ ମଣୋହି ହୁଏ। ପୁଷ୍ପାଳକମାନେ ରତ୍ନ ସିଂହାସନ ତଳେ ରହି କର୍ପୁର ଆରତି କରନ୍ତି ।
ଏହି ଆରତି ସମୟରେ ଦେବଦାସୀ (ଭିତର ଗାଆଣୀ )କଳାହାଟ ଦ୍ୱାର ନିକଟରେ ରହି ଭଜନ ଓ ଗୀତ ଗୋବିନ୍ଦ ଗାନ କରିଥାନ୍ତି। ଏହି ଭିତର ଗାଆଣୀ ସେବା ବର୍ତ୍ତମାନ ବନ୍ଦ ଅଛି ଏହାପରେ ଥିବା ନୀତି ଗୁଡିକ ବିଷୟରେ ଜାଣିବା ଆଗାମୀ ଅଧ୍ୟlୟରେ, କାରଣ କେବଳ ରାତ୍ର ପହୁଡ଼ ନୁହେଁ, ତତସହିତ ଦେଉଳ ଶୋଧ ହେବାର ବିଧି ମଧ୍ୟ ରହିଛି । ଏବେ କରିବା ଆରାଧନା ଓ ଭାଗବତ ପଠନ ଠିକ ସବୁଦିନ ପରି ।
ବିଶୁଦ୍ଧ କାଳେ କର୍ମ କଲେ
ସେ କର୍ମ ଫଳ ଧରେ ଭଲେ ।
ଏଣୁ ଅଶୁଦ୍ଧ ଦେଶ କାଳେ
କର୍ମ କରନ୍ତି ଯେବା ବଳେ ।
ତାହାଙ୍କ କର୍ମ ଫଳ ନାହିଁ
ଅଶୁଦ୍ଧ ଦୋଷେ ନାଶ ଯାଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )