Latest Odisha News

BREAKING NEWS

ଚୀନ ନରମିଲା, ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ବେଜିଂ: ଲଦାଖ ଓ ଉତର ସିକ୍କିମ ସୀମାରେ ଉପୁଜିଥିବା ସୀମା ବିବାଦ ନେଇ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଥିଲେ । ଭାରତ ପଛଘୁଂଚା ନ ଦେବାରୁ ଚୀନ ବୁଧବାର ନରମିଛି । ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । ଆଲୋଚନା ଓ ବୁଝାମଣା ମାଧ୍ୟମରେ ଏହାର ସମାଧାନ ରାସ୍ତା ବାହାର କରାଯିବ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଉଭୟ ଦେଶ ପରସ୍ପର ସହ କରିଥିବା ଚୁକ୍ତି ଅନୁସାରେ କାର୍ଯ୍ୟ କରିବେ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି । ତେବେ ଭାରତ-ଚୀନ ସୀମା ବିବାଦ ଘଟଣାରେ ଆମେରିକା ମଧ୍ୟସ୍ଥି ଭୂମିକା ଗ୍ରହଣ କରିବ ବୋଲି କହିବା ପରେ ଚୀନ ନରମିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.