Latest Odisha News

ବିଚ ରାସ୍ତାରେ ମହିଳାଙ୍କୁ ମାଡ, ମମତାଙ୍କୁ ଟାର୍ଗେଟ୍ କଲେ ବିଜେପି ନେତା

କୋଲକାତା: ସରିଛି ସାଧାରଣ ନିର୍ବାଚନ । ଲୋକ ସଭା ନିର୍ବାଚନ ଶେଷ ହେବା ପରଠାରୁ ଲଗାତର ଭାବେ ବିଜେପି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଆସୁଛି । ଏହାରି ଭିତରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓଟିରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ବିଚ ରାସ୍ତାରେ ଅତି ନିର୍ମମ ଭାବେ ପିଟୁଥିବାର ଦେଖିବାକୁ ମିଳିଛି । ତାଙ୍କ କହିବା ଅନୁସାରେ ଏହି ଭିଡିଓ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଲକ୍ଷ୍ମୀକାନ୍ତପୁରର ।

ଭିଡିଓରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ଅଞ୍ଚଳରେ ଜେସିବି ଭାବରେ ବିଖ୍ୟାତ ତଜେମୁଲ । ନ୍ୟାୟ ସଭା ମାଧ୍ୟମରେ ତୁରନ୍ତ ନ୍ୟାୟ ଦେବାକୁ ନେଇ ପ୍ରସିଦ୍ଧ ତଜେମୁଲ । ତଜେମୁଲ ଟିଏମସି ବିଧାୟକ ହମିଦୁଲ ରେହମାନଙ୍କ ନିକଟତର।

ଅମିତ ମାଲବିୟ ଅଭିଯୋଗ କରିଛନ୍ତି ଯେ, ଟିଏମସି ଶାସିତ ପଶ୍ଚିମବଙ୍ଗର ଶାରିଆ ଅଦାଲତର ବାସ୍ତବିକତା ବିଷୟରେ ଭାରତ ସଚେତନ ହେବା ଉଚିତ୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳାଙ୍କ ପାଇଁ ଅଭିଶାପ ଅଟନ୍ତି । ବଙ୍ଗଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ମମତା ବାନାର୍ଜୀ ଏହି ରାକ୍ଷସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ତାକୁ ସୁରକ୍ଷା ଦେବେ ଯେମିତି ସେ ଶେଖ୍ ଶାହାଜାହାନଙ୍କ ପାଇଁ ଛିଡା ହୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ମାଲବିୟ ।

Leave A Reply

Your email address will not be published.