Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆଇପିଏଲର ବାକି ତକ ମ୍ୟାଚରୁ କାହିଁକି ଓହରିଲେ ଅମିତ

ଦୁବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଲେଗ ସ୍ପିନର ଅମିତ ମିଶ୍ରା ସିଜନର ବାକିଥିବା ମ୍ୟାଚରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ନୀତିଶ ରାଣାଙ୍କ ଶଟକୁ ଅଟକାଇବାକୁ ଯାଇ ସେ ଆଘାତପ୍ରାପ୍ତ ହୋଇଥିଲେ ।

ଆଇପିଏଲରେ ଅମିତ ୧୫୦ ମ୍ୟାଚ ଖେଳି ୧୬୦ ଉଇକେଟ ଅକ୍ତିଆର କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଲାସିଥ ମାଲିଙ୍ଗା ୧୭୦ ଉଇକେଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଓହରିଯିବା ନେଇ ଅଧିନାୟକ ଶ୍ରେୟାଶ ଆୟାରଙ୍କୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.