Latest Odisha News

BREAKING NEWS

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

ଭୁବନେଶ୍ବର : ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା । ଏଥିପାଇଁ ତାଙ୍କୁ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବତଟ ରେଳପଥରେ ନିଯୁକ୍ତି ଦିଆଯାଇଛି ।

ଭାରତୀୟ ହକି ଦଳ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପଦକ ହାସଲ କରିଥିଲା ଭାରତୀୟ ହକି ଦଳ । ଅମିତ ରୋହିତଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବତଟ ରେଳବାଇରେ ଅମିତ ରୋହିଦାସଙ୍କ ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡ଼ା ବିଭାଗରେ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ।

Leave A Reply

Your email address will not be published.