Latest Odisha News

BREAKING NEWS

ଆଧୁନିକ ଏଲ.ଏଚ.ବି. କୋଚ ସହିତ ଚଳାଚଳ କରିବ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥର ନୂଆ ନିଷ୍ପତ୍ତି । ଚଳିତ ମାସରୁ ଆଧୁନିକ ଲିଙ୍କେ-ହୋଫମାନ-ବୁଶ କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ହୋଇଛି ।

୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସ ସେପ୍ଟେମ୍ବର ୧୦ ତାରିଖରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ୧୧ ତାରିଖରୁ ଜଗଦଲପୁରରୁ LHB କୋଚ୍ ସହିତ ଯାତାୟାତ କରିବ ।

ସ୍ପେଶାଲ୍ ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ପୂର୍ବ ଭଳି ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଚଳାଚଳ କରିବ ଏବଂ ଏହାର ଗଠନରେ କେବଳ ପାରମ୍ପରିକ କୋଚ ଗୁଡ଼ିକୁ ବଦଳାଇ LHB କୋଚ୍ ଦ୍ୱାରା ଚଳାଚଳ ହେବ ।

ଏଲ.ଏଚ.ବି. କୋଚର ଅନେକ ଗୁଡିଏ ବୈଶିଷ୍ଟତା ରହିଛି । ଏହା ଆଣ୍ଟି ଟେଲିସ୍କୋପିକ । ଦ୍ୱୈତ ବଫର ପ୍ରଣାଳୀ ବଦଳରେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ଦୁର୍ଘଟଣା ସମୟରେ କୋଚ ଉପରେ କୋଚ ଚଢି ନଯାଇ ପାଖାପାଖି ହୋଇ ରହିଯାଏ । ଏବଂ କୋଚ ଗୁଡିକ ପୂର୍ବ କୋଚ ଭଳି ଓଲଟି ଯାଇନଥାଏ । ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବ ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ଥିବା ବେଳେ, ପୂର୍ବ ପ୍ରଚଳିତ କୋଚ୍ ତୁଳନାରେ କମ ଖର୍ଚ୍ଚରେ ଉପଲବ୍ଧ ଅଟେ ।

Leave A Reply

Your email address will not be published.