Latest Odisha News

BREAKING NEWS

ଅମିତ ଶାହ ଅସୁସ୍ଥ, ଦିଲ୍ଲୀ ଏମସ୍ ରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ତିନି ଦିନ ହେଲା ସେ ଶରୀରରେ ପୀଡା ଓ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଏବେ ସୁସ୍ଥ ଥିବା ଏମସ୍ ପକ୍ଷରୁ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ପୁଣି ଥରେ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି ।

କିଛି ଦିନ ତଳେ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ବାହାରିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।

Leave A Reply

Your email address will not be published.