ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମଙ୍ଗଳବାର ଦିନ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଅବଗତ କରାଇଛନ୍ତି। ଏହି ସମୟରେ ଅମିତ ଶାହଙ୍କ ହାତରେ ଏକ ଲାଲ ଫାଇଲ ଥିଲା।
ଏପଟେ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ପହଲଗାମ ଆକ୍ରମଣ ବିଷୟରେ ଜର୍ମାନୀ, ଜାପାନ, ପୋଲାଣ୍ଡ, ବ୍ରିଟେନ ଏବଂ ରୁଷ ସମେତ ୨୦ରୁ ଅଧିକ ଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଅବଗତ କରାଇଥିଲେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ଭାରତୀୟ ନାଗରିକମାନଙ୍କୁ ପାକିସ୍ତାନ ଯାତ୍ରା ନକରିବାକୁ କଡ଼ା ପରାମର୍ଶ ଦିଆଯାଇଛି।
Union Minister for Home Affairs and Cooperation, Amit Shah and Minister of External Affairs, Dr S Jaishankar called on President Droupadi Murmu at Rashtrapati Bhavan. pic.twitter.com/tsRIl3llz9
— ANI (@ANI) April 24, 2025
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ବର୍ତ୍ତମାନ ପାକିସ୍ତାନରେ ରହୁଥିବା ଭାରତୀୟମାନଙ୍କୁ ଘରକୁ ଫେରିଯିବାକୁ ପରାମର୍ଶ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି – ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ ପରାମର୍ଶ ଦିଆଯାଇଛି।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି , “ଆମେ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡ ଦେବୁ । ଭାରତର ଆତ୍ମା ଆତଙ୍କବାଦ ଆଗରେ କେବେ ନଇଁବ ନାହିଁ। ଆମେ ସେମାନଙ୍କୁ ପୃଥିବୀର ଯେକୌଣସି ପ୍ରାନ୍ତରେ ଖୋଜି ଦଣ୍ଡିତ କରିବୁ। ଏମିତି ଦଣ୍ଡ ଦିଆଯିବ ସେମାନେ କେବେ କଳ୍ପନା କରିନଥିବେ”। ଏହି ସବୁ କଥା ମୋଦୀ ଇଂରାଜୀରେ କହିଥିଲେ ପରେ ହିନ୍ଦୀରେ କହିଥିଲେ। ଏପରି କହି ମୋଦୀ ସାରା ଦୁନିଆକୁ ଆତଙ୍କବାଦ ବିରୋଧରେ ଭାରତର ନିଷ୍ପତ୍ତି ଜଣାଇ ଦେଇଛନ୍ତି ।
ସୂଚନାଥାଉକି, ପହଲଗାମରେ ଗତ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସହିତ ମୋଟ ୨୬ ଜଣଙ୍କ ମୃତ୍ୟୁ ଘଟିଛି ।
ଏହାପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଏସ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ସମାପ୍ତ ହୋଇଛି। ଅଟାରୀ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି । ଭାରତରେ ଥିବା ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ ହୋଇଛି ଓ ଭାରତରେ ଥିବା ପାକ୍ ହାଇକମିଶନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଛି ।
Comments are closed.